fbpx

ରାଜଧାନୀରେ ନାୟକ ଫିଲ୍ମର ସିନ୍, ଡ୍ରେନ ସଫା କରିବା ପରେ କ୍ଷୀରରେ ସ୍ନାନ କଲେ ନେତାଜୀ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ନେତାମାନେ ଏମିତି ଅଜବ ଗଜବ କାମ କରନ୍ତି ଯାହା ଜନତାଙ୍କ ପାଇଁ ବୁଝିବା ମୁସ୍କିଲ ହୋଇଥାଏ ଯେ, ରାଜନୀତିରେ ଡ୍ରାମା ହେଉଛି କି ଡ୍ରାମାରେ ରାଜନୀତି ଚାଲିଛି ? ଦିଲ୍ଲୀରେ ନଗର ନିଗମ ନିର୍ବାଚନର ଆଭାସ୍ ମିଳିଲାଣି। ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟିର କର୍ପୋରେଟର ନାୟକ ଫିଲ୍ମର ସିନ୍କୁ ଦୋହରାଇଛନ୍ତି। ନେତାଜୀ ଡ୍ରେନ ଭିତରେ ପଶି ଆବର୍ଜନା ସଫା କରିଛନ୍ତି ଏବଂ ବାହାରକୁ ଆସିବା ମାତ୍ରେ କାର୍ଯ୍ୟକର୍ତ୍ତା ତାଙ୍କୁ କ୍ଷୀରରେ ଗାଧୋଇଛନ୍ତି। ଜନତା ଏବଂ ମିଡିଆ ସାମ୍ନାରେ ନେତାଜୀ ଡ୍ରେନ ସଫା କରିଛନ୍ତି ଏବଂ କ୍ଷୀରରେ ସ୍ନାନ ମଧ୍ୟ କରିଛନ୍ତି। ମଙ୍ଗଳବାର ପୂର୍ବ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର କର୍ପୋରେଟର ହସିବ ଉଲ ହସନ ନିଜ ଅଞ୍ଚଳକୁ ଆସିଥିଲେ। ସେ ଦେଖିଲେ ଗୋଟିଏ ସ୍ଥାନରେ ପାଣି ଜମି ରହିଛି ଏବଂ ସେଥିରୁ ଦୁର୍ଗନ୍ଧ ଆସୁଛି।

ଦେଖୁ ଦେଖୁ ନେତାଜୀ ଆର୍ବଜନ ପୂର୍ଣ୍ଣ ଡ୍ରେନ ଭିତରକୁ ପଶି ଯାଇଥିଲେ ଏବଂ ସଫା ଆରମ୍ଭ କରି ଦେଇଥିଲେ। ମିଡିଆ ପହଞ୍ଚିବାରୁ ସେଠାରେ ଲୋକଙ୍କ ଭିଡ ଜମିଥିଲା। ନାଳାର ସଫା କରି ନେତାଜୀ ମନ ଭରି ବିଜେପିକୁ ଗାଳି କରିଛନ୍ତି। ସେ କହିଛନ୍ତି ଶାସ୍ତ୍ରୀ ପାର୍କର ବିଜେପିର କର୍ପୋରେଟର ଅଛନ୍ତି, ବିଜେପିର ସାଂସଦ ଅଛନ୍ତି ମାତ୍ର ଲୋକଙ୍କୁ ଅପରିଷ୍କାର ସହ ରହିବାକୁ ପଡୁଛି। କାରଣ ବିଜେପି ଲୋକେ କିଛି କାମ କରୁ ନାହାନ୍ତି। ନାଳାର ସଫା କରିବା ସମୟରେ ହସିବ ଉଲ ହସନ ମିଡିଆ ସହ କଥାବାର୍ତ୍ତା କରିଛନ୍ତି। ସେ କହିଛନ୍ତି, ଡ୍ରେନର ସଫେଇ ପାଇଁ ସେ ଅନେକ ଥର ଉଚ୍ଚ ଅଧିକାରୀଙ୍କ ସହ କଥା ହୋଇଥିଲେ। ତେବେ ଏଥିରୁ କିଛି ଫାଇଦା ମିଳିଲା ନାହିଁ। ଫଳସ୍ଵରୂପ ତାଙ୍କୁ ଆଜି ଡ୍ରେନରେ ପଶି ସଫା କରିବାକୁ ପଡିଛି। ଏହି ଖବର ପ୍ରଚାର ହେବାରୁ ବିଜେପିର ନେତା ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ମିଡିଆ ସହ ଫୋନରେ କଥା ହୋଇ ବିଜେପି ନେତା ପୂରା ଘଟଣାକୁ ରାଜନୈତିକ ଡ୍ରାମା ବୋଲି କହିଛନ୍ତି। ଦିଲ୍ଲୀରେ ଯଦି କେଉଁଠି ପାଣି ଜମୁଛି ତେବେ ଏହା ଫ୍ଲଡ ଡିପାର୍ମେଣ୍ଟର କାମ, ଯାହା ଦିଲ୍ଲୀ ସରକାରଙ୍କ ଅନ୍ତର୍ଗତରେ ଆସୁଛି।

Get real time updates directly on you device, subscribe now.