fbpx

ସ୍ୱାଧୀନତା ସଂଗ୍ରାମୀ ହେବେ ରଣଦୀପ ହୁଡ୍ଡା: ସ୍ୱତନ୍ତ୍ର ବୀର ସାବରକରଙ୍କ ଭୂମିକାରେ ଆସିବେ ନଜର

ନୂଆଦିଲ୍ଲୀ: ନିଜ ନିଆରା ଅନ୍ଦାଜ ଏବଂ ଚମତ୍କାର ଅଭିନୟ ପାଇଁ ଫ୍ୟାନ୍ସମାନଙ୍କ ମନରେ ରାଜ କରନ୍ତି ବଲିଉଡର ଷ୍ଟାର ରଣଦୀପ ହୁଡ୍ଡା । ବିଭିନ୍ନ ଚରିତ୍ରରେ ନିଜ ଅଭିନୟର ଦକ୍ଷତାକୁ ସେ ପ୍ରତିପାଦନ କରିଛନ୍ତି । କିନ୍ତୁ ଏବେ ଆଉ ଏକ ଐତିହାସିକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ରଣଦୀପ । ସ୍ୱତନ୍ତ୍ର ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ବାୟୋପିକ ଆସିବାକୁ ଯାଉଥିବା ବେଳେ ମୁଖ୍ୟ ଚରିତ୍ରରେ ରଣଦୀପ ନଜର ଆସିବେ । ନୂଆ ଚରିତ୍ରର ନୂଆ ଲୁକର ଏକ ଫଟୋ ରଣଦୀପ ନିଜ ସୋଶଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି ।

ସ୍ୱତନ୍ତ୍ର ବୀର ସାବରକରଙ୍କ ଚରିତ୍ରରେ ନଜର ଆସିଥିବାରୁ ସେ ଏହି ଚରିତ୍ରକୁ ଖୁବ ଆଶାବାଦୀ ରହିଛନ୍ତି । ଏଭଳି ଏକ ଐତିହାସିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମହେଶ ମଞ୍ଜରେକର ଦେଇଥିବା ବେଳେ ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ଏହି ସିନେମାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି । ଲଣ୍ଡନ, ମହାରାଷ୍ଟ୍ର ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ଏହି ଫିଲ୍ମର ଶୁଟିଂ କରାଯିବ । ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଆମ ଅଣଦେଖାରେ ରହିଯାଇଥିବା ସେହି କାହାଣୀଗୁଡିକ କହିବାର ଏହା ହେଉଛି ପ୍ରକୃତ ସମୟ । ପ୍ରାୟ ବର୍ଷେ ପୂର୍ବରୁ ମହେଶ ଏବଂ ଟିମ ଏହା ଉପରେ ଯୋଜନା କରୁଥିଲେ । ଏହାପରେ ରଣଦୀପଙ୍କୁ ବୀର ସାବରକରଙ୍କ ଚରିତ୍ର ଦେବା ପାଇଁ ମନସ୍ଥ କରିଛନ୍ତି । ତେବେ ରଣଦୀପ ମଧ୍ୟ ଏହି ଚରିତ୍ର ପାଇଁ ଖୁବ ଖୁସି ଅନୁଭବ କରିଛନ୍ତି । ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରତିଭାଶାଳୀ ନାୟକଙ୍କ ଭୂମିକା ନିଭାଇବା ଏକ ଗର୍ବର ବିଷୟ ବୋଲି କହିଛନ୍ତି ରଣଦୀପ ।

Get real time updates directly on you device, subscribe now.