fbpx

RBI ଗ୍ରେଡ ବି’ରେ ରିକ୍ର୍ୟୁଟମେଣ୍ଟ: ବ୍ୟାଙ୍କରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ବି ଗ୍ରେଡ ପଦରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ୱାରା ଅଫିସର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ମୋଟ ୩୦୩ ଜଣଙ୍କ ପାଇଁ ପଦ ଫାଙ୍କା ରହିଛି । ଏଥିପାଇଁ ଶେଷ ତାରିଖ ଆସନ୍ତା ଏପ୍ରିଲ ମାସ ୧୮ ଧାର୍ଯ୍ୟ କରାଯାଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ RBI ର ଅଫିସିଆଲ ୱେବସାଇଟ opportunities.rbi.org.in ଦ୍ୱାରା ଆବେଦନ କରିପାରିବେ ।

ଆସନ୍ତା ମେ ୨୮ ତାରିଖରୁ ଅଗଷ୍ଟ ୬ ତାରିଖ ଏହି ପଦ ପାଇଁ ପରୀକ୍ଷା ଆୟୋଜିତ ହେବ । ଅଫିସର ଗ୍ରେଡ ବି ଜେନେରାଲର ୨୩୮, ଅଫିସର ଡିଇପିଆର ପାଇଁ ୩୧, ଡିଏସଆଇଏମରେ ୨୫ ସହିତ ଆସିଷ୍ଟାଣ୍ଟ ମ୍ୟାନେଜର ରାଜଭାଷା ପଦବୀରେ ୬ ଏବଂ ସିକ୍ୟୁରିଟି ଓ ପ୍ରୋଟୋକୋଲରେ ୩ ଜଣଙ୍କ ପଦ ପୂରଣ କରାଯିବ । ଏହି ଆବେଦନ କରିବା ପାଇଁ ଆବେଦନକରୀଙ୍କ ବୟସ ୨୧ରୁ ୩୧ ମଧ୍ୟରେ ହୋଇଥିବା ଆବଶକ । ଏଥିପାଇଁ ପ୍ରାର୍ଥୀମାନଙ୍କୁ ସ୍ନାତକ କିମ୍ବା ପୋଷ୍ଟ ଗ୍ରାଜୁଏସନ ଅତିକ୍ରମ କରିଥିବା ଜରୁରୀ । ଏଥିସହ ବିଭିନ୍ନ କାର୍ଯ୍ୟରେ ଅଭିଜ୍ଞତାକୁ ମଧ୍ୟ ପ୍ରାଥମିକତା ଦେଇଛି RBI ।

Get real time updates directly on you device, subscribe now.