fbpx

ଏମିତି ବି ଆସେ ମୃତ୍ୟୁ: ପରୀକ୍ଷା ହଲରେ ପ୍ରାଣ ହରାଇଲା ୧୫ ବର୍ଷୀୟା ବାଳିକା

ନୂଆଦିଲ୍ଲୀ: ପରୀକ୍ଷା ଦେଉଥିବା ସମୟରେ ଘଟିଛଇ ଛାତ୍ରୀଙ୍କ ମୃତ୍ୟୁ । ପରୀକ୍ଷା ଦେଉଥିଲେ ଆଉ ହଠାତ୍ ଆସିଲା ହୃଦଘାତ ଆଉ ଚାଲିଗଲା କୋମଳମତି ଶିଶୁର ଜୀବନ । କର୍ଣ୍ଣାଟକର ମହୀଶୂରରେ ଘଟିଯାଇଛି ଏମିତି ଅଭାବନୀୟ ଘଟଣା । ଅନୁଶ୍ରୀ ନାମ୍ନୀ ଏହି ୧୫ ବର୍ଷୀୟା ବାଳିକା ଜଣଙ୍କ ମହୀଶୂରର ଅକ୍କୁର ଗ୍ରାମର ବାସିନ୍ଦା । ଏକ ସରକାରୀ ହାଇସ୍କୁଲରେ ନିଜର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ପହଞ୍ଚିଥିବା ଅନୁଶ୍ରୀ ପରୀକ୍ଷା ହଲରେ ନିଜ ସିଟରୁ ଗଳିପଡିଥିଲେ ।

ପରୀକ୍ଷା ହଲରେ ପହଞ୍ଚି ନିଜ ସିଟରେ ବସିବାର ମାତ୍ର ୭ ମିନିଟ ମଧ୍ୟରେ ଅନୁଶ୍ରୀ ଲଥ କରି ପଡି ଯାଇଥିଲେ । ଏହାପରେ ସ୍କୁଲରେ ଉପସ୍ଥିତ ଲୋକ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ହସ୍ପିଟାଲରେ ଡାକ୍ତର ଅନୁଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରୀକ୍ଷାର ଚାପ କି ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.