fbpx

ସ୍ୱାମୀଙ୍କ ପାଇଁ ଜୀବନକୁ ବାଜିରେ ଲଗାଇଲେ ମହିଳା: ଚିତାବାଘ ସହିତ ଲଢି ବଞ୍ଚାଇ ଦେଲେ ମଥାର ସିନ୍ଦୁର

ପୁଣେ: ନାରୀଙ୍କ ସହାସିକତା ଏବଂ ସହନଶୀଳତା ଉପରେ ଅନେକ ପୋଥି ପୁରାଣରେ ବର୍ଣ୍ଣନା କରାଯାଇଛି । ନିଜ ସୁହାଗ ସିନ୍ଦୁରକୁ ବଞ୍ଚାଇବା ପାଇଁ ସତୀ ମା ସାବିତ୍ରୀଙ୍କ ଚେଷ୍ଟା ଏବଂ ତପସ୍ୟା ଆଗରେ ଥରେ ମୁଣ୍ଡ ନୁଆଁଇଥିଲେ ଯମରାଜ । ଆଜି ସେହିଭଳି ଏକ ଘଟଣାରେ ଆଉ ଜଣେ ମୁଣ୍ଡ ତଳକୁ କରିଛି । ଜଙ୍ଗଲର ରାଜା ବୋଲାଉଥିବା ବାଘ ଆଜି ଜଣେ ମହିଳାଙ୍କ ଆଗରେ ହାର ମାନି ପଳାୟନ କରିଛି । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ମହିଳାଙ୍କର ଏହି ସାହସିକତାକୁ ଦେଖି ସବୁଆଡେ ତାଙ୍କର ପ୍ରଶଂସା କରାଯାଉଛି ।

ଘଟଣାଟି ଘଟିଛି ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ଦରୋଦୀ ଗାଁରେ । ଘରେ ସମସ୍ତେ ଶୋଇଥିବା ସମୟରେ ବାହାରେ ଏକ ଚିତାବାଘ ଥିବାର ଅନୁଭବ କରିଥିଲେ ସଞ୍ଜନା ପାଉଡେ ନାମକ ଏହି ମହିଳା । ସେ ସ୍ୱାମୀ ଗୋରଖ ଦଶରଥ ପାଉଡେଙ୍କ ସହ ଘଟରା ବିଷୟରେ ଜାଣିବା ପାଇଁ ବାହାରକୁ ଯିବା ବେଳେ ଚିତାବାଘ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ତାଙ୍କ ପିଠିକୁ ଧରିବା ପାଇଁ ଚିତାବାଘ ଯାଉଥିବା ସମୟରେ ସଞ୍ଜନା ବାଘର ଲାଞ୍ଜ ଧରି ତାକୁ ପଛକୁ ଟାଣି ନେଇଥିଲେ । ଏହାପରେ ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କ ପୋଷା କୁକୁର ମଧ୍ୟ ସେଠାରେ ପହଞ୍ଚି ବାଘକୁ ଘଉଡାଇ ଦେଇଥିଲେ । ଏହାପରେ ଚିତାବାଘ ତାଙ୍କ ପତିଙ୍କୁ ଛାଡି ଚାଲି ଯାଇଥିବା ପ୍ରକାଶ କରିଛନ୍ତି ବନ ବିଭାଗ କର୍ମଚାରୀ । ତେବେ ଏଥିରେ ଗୋରଖଙ୍କ ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

Get real time updates directly on you device, subscribe now.