fbpx

ଏୟାରପୋର୍ଟରେ ବିତିଲାଣି ୧୪ ବର୍ଷ, ନିଶା ପାଇଁ ଛାଡ଼ି ଆସିଥିଲେ ଘର

ଅନେକ ସମୟରେ ଘରେ ଯଦି କେଉଁ ବ୍ୟକ୍ତିଙ୍କର ଝଗଡ଼ା ହୁଏ ସେ ହୁଏତ ରାଗିକରି ଘରୁ ଚାଲିଯାଇଥାନ୍ତି ଏବଂ କୌଣସି ଫୁଟପାଥ୍ କିମ୍ବା ଷ୍ଟେସନରେ ଆଶ୍ରୟ ନିଅନ୍ତି । କିନ୍ତୁ କେବେ ଝଗଡ଼ା ଯୋଗୁଁ ଘରୁ ଚାଲିଯାଇ ଏୟାରପୋର୍ଟରେ ବର୍ଷ ବର୍ଷ ଧରି କଥା ଶୁଣିଛନ୍ତି କି? ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦେଖିବାକୁ ମିଳିଛି ଚୀନରେ । ଚୀନର ଜଣେ ବ୍ୟକ୍ତି ବେଜିଂ କ୍ୟାପିଟାଲ ଇଣ୍ଟରନାସନାଲ ଏୟାରପୋର୍ଟ ଟର୍ମିନାଲରେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ରହିଆସୁଛନ୍ତି ସେତିକି ନୁହେଁ ସେ ତାଙ୍କ ପରିବାର ପାଖକୁ ଫେରିବାକୁ ମଧ୍ୟ ଚାହୁନାହାଁନ୍ତି ।

ମଦ ପିଇବା ଏବଂ ସିଗାରେଟ ଅଭ୍ୟାସ ଯୋଗୁଁ ୱେଇ ଜିଆନଜୁଓ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ଝଗଡ଼ା ହୋଇଥିଲା  । ଏହାପରେ ସେ ଘରୁ ଚାଲିଆସିଥିଲେ ଏୟାରପୋର୍ଟ ଟର୍ମିନାଲ ୨ ନିକଟକୁ ଆଉ ସେଠାରେ ଆଜି ପର୍ଯ୍ୟନ୍ତ ରହିଆସୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୨୦୦୮ ରୁ ସେଠାରେ ରହିଆସୁଛନ୍ତି ।

ସେ କହିଥିଲେ ମୋ ପରିବାର ଲୋକ ଚାହୁଥିଲେ ଯଦି ମୁଁ ତାଙ୍କ ପାଖରେ ତେବେ ସିଗାରେଟ ଏବଂ ମଦ ପିଇବା ଛାଡ଼ିବାକୁ ହେବ । ଯଦି ନାହିଁ ତେବେ ତାଙ୍କୁ ତାଙ୍କର ମାସିକ ପେନସନ ଦେବାକୁ ହେବ । କିନ୍ତୁ ସେ କହିଥିଲେ ଯଦି ମୁଁ ତାଙ୍କୁ ପ୍ରତିମାସର ପେନସନ ଦେଇଦେବି ତେବେ ସିଗାରେଟ୍ ଏବଂ ମଦ କିଣିବି କିପରି? ୱେଇ କହିଥିଲେ ତାଙ୍କୁ ଚାକିରିରୁ ୪୦ ବର୍ଷ ବୟସରେ ବାହାର କରିଦିଆଯାଇଥିଲେ ଏବଂ ଆଉ ଚାକିରି ମିଳିନଥିଲା । ଏହାପରେ ସେ ଏୟାରପୋର୍ଟକୁ ଚାଲିଆସିଥିଲେ ଏବଂ ଏୟାରପୋର୍ଟ ତାଙ୍କ ଘର ହୋଇଯାଇଛି । ତାଙ୍କ ପରି ଆଉ ୬ ଜଣ ମଧ୍ୟ ଏୟାରପୋର୍ଟ ଟର୍ମିନାଲ ନିକଟରେ ରହୁଛନ୍ତି । ତେବେ ସଫେଇ କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀ ତାଙ୍କର ଉପସ୍ଥିତିକୁ ନେଇ କୌଣସି ଆପତ୍ତି ମଧ୍ୟ ଉଠାଇନାହାଁନ୍ତି ।

Get real time updates directly on you device, subscribe now.