fbpx

ଏହି ରାଜ୍ୟରେ ଆଜିଠାରୁ ମିଳିବ ମାଗଣା ବିଦ୍ୟୁତ ସେବା, ଚିକିତ୍ସା ବି ଫ୍ରି

ନୂଆଦିଲ୍ଲୀ: ମହଙ୍ଗା ବିଦ୍ୟୁତ୍ ଦରକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟରେ ଆଜିଠାରୁ ରାଜସ୍ଥାନରେ ମିଳିବ ମାଗଣା ବିଦ୍ୟୁତ୍ । ରାଜ୍ୟରେ ୨୦୨୨-୨୩ ବଜେଟ୍ ଘୋଷଣାର ଲାଭ ଆଜିଠାରୁୁ ଦିଆଯିବ । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ରାଜ୍ୟ ବଜେଟର ୨୧୦ ଘୋଷଣାକୁ ଗୁରୁବାର ଦିନ ମଞ୍ଜୁରୀ ଦେଇଛନ୍ତି । ଆଜିଠାରୁ ନୂଆ ଆର୍ଥିକ ବର୍ଷରେ ଏହି ଘୋଷଣାର ଲାଭ ଲୋକମାନଙ୍କୁ ମିଳିବା ଆରମ୍ଭ ହୋଇଯିବ ।

ଏହି ଘୋଷଣା ମୁତାବକ, ରାଜସ୍ଥାନର ସମସ୍ତ ରାଜକୀୟ ମେଡିକାଲରେ ନିଶୁଳ୍କ ଓପିଡି ଓ ଆଇପିଡି ସୁବିଧା ୧ ଏପ୍ରିଲରୁ ଆରମ୍ଭ ହେବ । ପ୍ରଥମ ୧ ମାସ ଏହି ସୁବିଧାଗୁଡ଼ିକର ପରୀକ୍ଷଣ କରାଯିବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପରସାଦୀ ଲାଲ ମୀଣା ଗୁରୁବାର ସୂଚନା ଦେଇଛନ୍ତି । ରାଜ୍ୟରେ ୧ ଏପ୍ରିଲରୁ ସମସ୍ତ ବଗର ରାଜକୀୟ ଚିକିତ୍ସା ସଂସ୍ଥାଗୁଡ଼ିକରେ ନିଶୁଳ୍କ ଓପିଡି ଓ ଆଇପିଡିର ସୁବିଧା ଆରମ୍ଭ ହେବ ।

ଏହା ସହ ନୂଆ ଆର୍ଥିକ ବର୍ଷର ଶୁଭାରମ୍ଭ ସହ ଆଜିଠାରୁ ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୫୦ ୟୁନିଟ୍ ବିଜୁଳି ମାଗଣାରେ ମିଳିବ । ବଜେଟରେ ହୋଇଥିବା ଘୋଷଣା ଅନୁସାରେ, ଏବେ ରାଜସ୍ଥାନରେ ମନରେଗା ଯୋଜନାରେ ୧୦୦ ଦିନ ପରିବର୍ତ୍ତେ ୧୨୫ ଦିନର ରୋଜଗାର ଦିଆଯିବ ।

Get real time updates directly on you device, subscribe now.