fbpx

ରୋମାଞ୍ଚକର ମ୍ୟାଚରେ ବାଜି ମାରିଲେ ରାହୁଲ: ଦ୍ୱାଦଶ ମ୍ୟାଚରେ ୧୨ ରନରେ ବିଜୟ ହାସଲ କଲା ସୁପର ଜିଆଣ୍ଟସ

ନୂଆଦିଲ୍ଲୀ: ୨୦୨୨ର ଦ୍ୱାଦଶ ମ୍ୟାଚରେ ବିଜୟ ହାସଲ କରିଛି । ଲକ୍ଷ୍ନୌ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଦେଇଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ । ତେବେ ପ୍ରଥମେ ବ୍ୟାଟିଂ କରି ୧୬-୭୦ ରନର ଟାର୍ଗେଟ ଦେଇଥିଲା ରାହୁଲ ସେନା । ଅଧିନାୟକ ରାହୁଲ ଏବଂ ଦୀପକ ହୁଡ୍ଡାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୭ ୱିକେଟ ହରାଇ ୧୬୯ ରନ କରିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଏହି ମ୍ୟାଚରେ ହାଇଦ୍ରାବାଦକୁ ପରାସ୍ତ କରି ନିଜର ଦ୍ୱିତୀୟ ବିଜୟ ହାସଲ କରିଛି ଲକ୍ଷ୍ନୌ ।

IPL 2022, SRH vs LSG Live Score: Avesh Khan On Fire For Lucknow Super Giants, Match On Knife's Edge | Cricket News

ତେବେ ୧୭୦ ରନର ଲକ୍ଷ୍ୟ ସହ ପାଳି ଆରମ୍ଭ କରିବା ପାଇଁ ଆସିଥଇଲେ ଅଧିନାୟକ କେନେ ୱିଲିୟମସନ ଏବଂ ଅଭିଷେକ ଶର୍ମା । କିନ୍ତୁ ଉଭୟ ଖେଳାଳିଙ୍କୁ ଶସ୍ତାରେ ପାଭିଲିୟନ ପଠାଇଥିଲେ ରାହୁଲଙ୍କ ଷ୍ଟାର ବୋଲର ଆଭେଶ ଖାନ । ଏହାପରେ ରାହୁଲ ତ୍ରିପାଠୀ ଅପେକ୍ଷା କରି ଦଳର ସ୍ଥିତି ମଜବୁତ କରିଥିଲେ । ୩୦ ବଲରେ ୪୪ ରନର ଏକ ମହତ୍ତ୍ୱପୂର୍ଣ୍ର ଇନିଂସ ଖେଳି କ୍ରୁନାଲ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ରାହୁଲ । ତାଙ୍କର ଏହି ପାଳିରେ ମୋଟ ୫ଟଇ ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି । ଏହାପରେ ୱିକେଟ କିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଏବଂ ୱାସିଂଟନ ସୁନ୍ଦର ଦଳକୁ ବିଜୟ ଲକ୍ଷ୍ୟରେ ନେଇ ଯାଉଥିବା ସମୟରେ ପୁଣି ଆଭେଶ ଖାନ ମଝିରେ ଆସି ଡବଲ ଝଟକା ଦେଇ ମ୍ୟାଚରେ କମବ୍ୟାକ କରାଇଛନ୍ତି । ଦୁଇଟି ବଲରେ ପୁରନ ଏବଂ ଅବଦୁଲ ସାମଦଙ୍କୁ ପାଭିଲିୟନ ପଠାଇ ମ୍ୟାଚର ଦିିଗ ପରିବର୍ତ୍ତନ କରାଇଥିଲେ ଆଭେଶ । ୨୫ ବଲରୁ ୩ଟି ଚୌକା ଏବଂ ୨ ଛକା ସହ ୩୪ ରନ କରି ଆଉଟ ହୋଇଥିଲେ ପୁରନ ।

ତେବେ ଶେଷ ଓଭରରେ ୧୬ ରନର ଆବଶ୍ୟକତା ଥିବା ବେଳେ ୱାସିଂଟନ ସୁନ୍ଦର ପ୍ରଥମ ବଲରେ ହିଁ ପାଭିଲିୟନ ଫେରିଥିଲେ । ପରେ ଚତୁର୍ଥ ବଲରେ ଭୁବନେଶ୍ୱର କୁମାରଙ୍କୁ ଆଉଟ କରି ହୋଲ୍ଡର ମ୍ୟାଚରେ ବିଜୟ ପକ୍କା କରି ନେଇଥିଲେ । ଶେଷରେ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୫୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇ ପାରିଛି ହାଇଦ୍ରାବାଦ । ଫଳରେ ଲକ୍ଷ୍ନୌ ଏହି ମ୍ୟାଚରେ ୧୨ ରନରେ ବିଜୟ ହାସଲ କରିଛି ।

IPL 2022, SRH vs LSG Live Updates: Hyderabad to open an account against Lucknow, who will get a chance in playing 11 - indianexpres

ତେବେ ଲକ୍ଷ୍ନୌ ତରଫରୁ ପେସ ବୋଲର ଆଭେସ ଖାନ ମୂଲ୍ୟବାନ ୪ ୱିକେଟ ଅକ୍ତିଆର କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଏବଂ ଜାସନ ହୋଲ୍ଡର ୨ଟି ଲଖାଏଁ ୱିକେଟ ୱିକେଟ ହାସଲ କରିଛନ୍ତି । ସେହିପରି ଅଲରାଉଣ୍ଡର ଜାସନ ହୋଲ୍ଡର ଏହି ମ୍ୟାଚରେ ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେବେ ଆଣ୍ଡ୍ର୍ୟୁ ଟାଇ ଏବଂ ରବି ବିଷ୍ଣୋଇ କୌଣସି ୱିକେଟ ନେବାରେ ସଫଳ ହୋଇ ପାରି ନାହାନ୍ତି ।

Get real time updates directly on you device, subscribe now.