fbpx

ଆଜି BJPର ୪୨ତମ ପ୍ରତିଷ୍ଠା ଦିବସ, ପିଏମ ମୋଦୀଙ୍କ ସମ୍ବୋଧନ ପାଇଁ ଚାଲିଛି ଭବ୍ୟ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଆଜି ବଡ଼ ଧୁମଧାମରେ ପାଳନ କରୁଛି ତା’ର ୪୨ତମ ପ୍ରତିଷ୍ଠା ଦିବସ । ୧୯୮୦ ମସିହା ଏପ୍ରିଲ ୬ ତାରିଖ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଜେପି ତା’ର ଜୟଯାତ୍ରା ଅବ୍ୟାହତ ରଖି କୋଟି କୋଟି ଭାରତୀୟଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଏହି ଖାସ୍ ଦିନଟିକୁ ସ୍ପେଶାଲ ଭାବେ ପାଳନ କରୁଛନ୍ତି ଦଳର ସମସ୍ତ କର୍ମକର୍ତ୍ତାମାନେ ।

ବିଜେପି ପାଇଁ ଆଜିର ଦିନଟି ଏକ ସ୍ପେଶାଲ ଡେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ । ମୋଦୀଙ୍କ ବ୍ୟତୀତ ବିଜେପିର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସମ୍ବୋଧନ ଦେବେ । ସମ୍ବୋଧନ ବ୍ୟତୀତ ବଡ଼ ଧରଣର ଧ୍ୱଜାରୋହଣ କରିବାର ପ୍ରସ୍ତୁତି ଚାଲିଛି । ସମସ୍ତ ମଣ୍ଡଳ, ଜିଲ୍ଲା ଆଦି ବିଭିନ୍ନ ସ୍ଥାନରେ ଧ୍ୱଜାରୋହଣ କରାଯିବ । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ଏକ ଆକର୍ଷଣୀୟ ଶୋଭାଯାତ୍ରା ବାହାରିବ ଓ ଏଥିରେ ତୃଣମୂଳ ସ୍ତରରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିବେ ।

ବିଜେପି ପକ୍ଷରୁ ଜଣାପଡ଼ିଛି ଯେ, ଏହି ସ୍ଥାପନା ଦିବସ ଅବସରରେ ସମଗ୍ର ଦେଶରେ ସାମାଜିକ ନ୍ୟାୟ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏଥିପାଇଁ ୭ ତାରିଖଠାରୁ ୨୦ ପର୍ଯ୍ୟନ୍ତ ଅଲଗା ଅଲଗା କାର୍ଯ୍ୟକ୍ରମର ଆୟୋଜନ କରାଯିବ । କେନ୍ଦ୍ର ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନାଗୁଡ଼ିକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ନିମନ୍ତେ ପ୍ରୟାସ କରାଯିବ । ୧୨ ତାରିଖରେ ସମଗ୍ର ଦେଶରେ ବିଜେପି ଟିକାକରଣ ଦିବସ ମନାଇବ । ୧୩ ତାରିଖରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଚାଲିବ । ୧୪ ଏପ୍ରିଲରେ ବାବା ସାହେବ ଅମ୍ବେଦକାରଙ୍କ ଜୟନ୍ତୀ ପାଳନ କରାଯିବ ।

Get real time updates directly on you device, subscribe now.