fbpx
BSKY SKY
BSKY SKY

ଦେଶର ୨୪ଟି ରେଲୱେ ଷ୍ଟେସନରେ ଲାଗିଲା Automatic Ticket Vending Machine, ଟିକେଟ୍ କାଟିବା ପାଇଁ ଆଉ ଲାଇନ ଲଗାଇବା ଦରକାର ନାହିଁ

BSKY

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯାତ୍ରୀଙ୍କୁ ସୁବିଧା ପାଇଁ ରେଲୱେ ଷ୍ଟେସନମାନଙ୍କରେ ଲାଗିବାକୁ ଯାଉଛି ଅଟୋମେଟିକ୍ ଟିକେଟ ଭେଣ୍ଡିଂ ମେଶିନ୍ (ଏଟିଭିଏମ୍) । ଏହାଦ୍ୱାରା ଯାତ୍ରୀମାନେ ସହଜରେ ଟିକେଟ ପାଇପାରିବେ । ଏଭିଟିଏମ ମାଧ୍ୟମରେ ଯାତ୍ରୀମାନେ ବିନା ଲାଇନରେ ଟିକେଟ କିଣି ଯାତ୍ରା କରିପାରିବେ । ଏଟିଭିଏମରୁ ପ୍ଲାଟଫର୍ମ ଟିକେଟ ମଧ୍ୟ କାଟିପାରିବେ । ଏଟିଭିଏମରୁ ଟିକେଟ ପାଇବାକୁ ହେଲେ ଯାତ୍ରୀଙ୍କୁ ସର୍ବପ୍ରଥମେ ଟିକେଟ କାଉଣ୍ଟରରୁ ସ୍ମାର୍ଟ କାର୍ଡ ନେବାକୁ ପଡ଼ିବ । ଥରେ ସ୍ମାର୍ଟ କାର୍ଡ ନେବା ପରେ ଏହାକୁ ଯେ କୌଣସି ସମୟରେ ରିଚାର୍ଜ କରାଯାଇ ପାରିବେ । ଏହି କାର୍ଡ ମାଧ୍ୟମରେ ଟିକେଟର ଅର୍ଥକୁ ଭରଣା କରିବାକୁ ପଡ଼ିବ ।

ପ୍ରାଥମିକ ପର୍ଯ୍ୟାୟରେ ପୂର୍ବ ମଧ୍ୟ ରେଲୱେର ଏ-୧ ଓ ଏ ଗ୍ରେଡର ୨୪ଟି ପ୍ରମୁଖ ଷ୍ଟେସନରେ ଏହି ସୁବିଧା ପ୍ରଦାନ କରାଯାଇଛି । ପୂର୍ବ ମଧ୍ୟ ରେଲୱେର ଦାନାପୁର, ଦିନଦୟାଲ ଉପାଧ୍ୟାୟ, ସୋନପୁର, ଧନବାଦ, ସମସ୍ତୀପୁର ରେଲ ମଣ୍ଡଳ ଅନ୍ତର୍ଗତ ବଡ଼ ବଡ଼ ରେଲୱେ ଷ୍ଟେସନରେ ଏହି ସେବା ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.