fbpx

ଖରାଦିନେ ଅଧିକ ମାତ୍ରାରେ ଭେଣ୍ଡି ସେବନ କରିବାକୁ ଭୁଲନ୍ତୁ ନାହିଁ, କ୍ୟାନ୍ସର ପରି ଅନେକ ଭୟଙ୍କର ରୋଗର ପ୍ରତିକାର କ୍ଷେତ୍ରରେ ଏହା ଏକ ବେଷ୍ଟ ମେଡିସିନ୍

ଗରମ ଦିନେ ବଜାରରେ ଭେଣ୍ଡି ସହଜରେ ମିଳୁଥିବା ବେଳେ କିଛି ଲୋକ ଏହାକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଆଉ କିଛି ଲୋକ ଭେଣ୍ଡି ଖାଇବାକୁ ନାପସନ୍ଦ କରିଥାନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି କି ଭେଣ୍ଡି ଖାଇଲେ ଆମକୁ କ’ଣ କ’ଣ ବେନିଫିଟ୍ ସବୁ ମିଳିଥାଏ । ଗରମ ଦିନେ ଭେଣ୍ଡି ଖାଇଲେ ଆମ ଶରୀରର ଇମ୍ୟୁନିଟି ସିଷ୍ଟମ ସୁଦୃଢ଼ ହେବା ସହ ବିଭିନ୍ନ ପ୍ରକାର ରୋଗର ସଂକ୍ରମଣରୁ ରକ୍ଷା ମିଳିଥାଏ ।

– ଭେଣ୍ଡିରେ ଭିଟାମିନ-ଏ, ବିଟା କାରୋଟିନ ଓ ଆଣ୍ଟି-ଅକ୍ସିଡେଣ୍ଟସ ଭରପୂର ମାତ୍ରାରେ ରହିଥାଏ । ଏହିସବୁ ଉପାଦାନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

– ଶରୀରରେ ହାଇ କୋଲେଷ୍ଟରଲର ମାତ୍ରା ବୃଦ୍ଧି ହେଲେ ତାହା ହୃଦରୋଗକୁ ନିମନ୍ତ୍ରଣ କରିଥାଏ । ଭେଣ୍ଡିରେ ମ୍ୟୁସିଲେଜ ନାମକ ଏକ ଗାଢ଼ ଜେଲ ପରି ପଦାର୍ଥ ରହିଥାଏ, ଯାହାକି ପାଚନ ସମୟରେ କୋଲେଷ୍ଟରଲର ମାତ୍ରାକୁ କମ୍ କରିଦେଇଥାଏ ।

– ଭେଣ୍ଡିରେ ଲାକ୍ଟିନ ନାମକ ଏକପ୍ରକାର ପ୍ରୋଟିନ ରହିଥାଏ, ଯାହାକି ମଣିଷର କ୍ୟାନସର ସେଲର ବୃଦ୍ଧିକୁ ରୋକିଥାଏ । ଲାକ୍ଟିନ କ୍ୟାନ୍ସର କୋଷିକାର ବୃଦ୍ଧିକୁ ୬୩ ପ୍ରତିଶତ ରୋକିପାରିଥାଏ, ଫଳରେ ମହିଳାଙ୍କଠାରେ ବେଷ୍ଟ୍ର କ୍ୟାନ୍ସରର ଆଶଙ୍କା ହ୍ରାସ ପାଇଥାଏ ।

– ଭେଣ୍ଡିରେ କାର୍ବୋହାଇଡ୍ରେଟ ରହିଥାଏ, ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଭେଣ୍ଡିରେ ଆଣ୍ଡି-ଓବେସିଟି ଗୁଣ ରହିଥିବାରୁ ତାହା ଓଜନକୁ ବଢ଼ିବାକୁ ଦେଇନଥାଏ ।

– ଗରମ ଦିନେ ପେଟ ରୋଗ ସମସ୍ୟାରେ ରହିଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଭଲ ଫୁଡ୍ । ଭେଣ୍ଡିରେ ବହୁମାତ୍ରାରେ ଫାଇବର ରହିଥିବାରୁ ତାହା ପାଚନ ଶକ୍ତିକୁ ମଜବୁତ ବନାଇଥାଏ ।

–  ଗ୍ରୀଷ୍ମରେ ଆପଣଙ୍କ ଚର୍ମକୁ ପରିଷ୍କାର ଓ ଶୁସ୍ଥ ରଖିବା ପାଇଁ ଭେଣ୍ଡି ସେବନ ବହୁତ ଜରୁରୀ । ଭେଣ୍ଡିରେ ଭିଟାମିନ-ସି ରହିଛି ବୋଲି ବହୁତ କମ୍ ଲୋକ ଜାଣିଥାନ୍ତି ।

Get real time updates directly on you device, subscribe now.