fbpx

ବହୁଚର୍ଚ୍ଚିତ ଡାକ୍ତର ସୁମିତ୍-ତପସ୍ୱିନୀ ମାମଲା: ୧୧ ତାରିଖରେ ପୁଣି ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଶନିବାର ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ପତିପତ୍ନୀ । ଆଜିର ଶୁଣାଣି ପରେ ଆସନ୍ତା ୧୧ ତାରିଖରେ ପୁନଃ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । କୋର୍ଟରେ ଆଲୋଚନା ସକରାତ୍ମକ ହୋଇଥିବା ଏବଂ ୧୧ ତାରିଖରେ ପୁନଃ ମିଳନ ନେଇ ଆଶା ପ୍ରକଟ କରିଛନ୍ତି ତପସ୍ୱିନୀ ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୩୧ ତାରିଖରେ ମାନ୍ୟବର ହାଇକୋର୍ଟ ସୁମିତ ଏବଂ ତପସ୍ୱିନୀଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁମିତ ନେଇଥିବା ଭଡ଼ା ଘରକୁ ଯାଇ ଉଭୟେ ଏକ ଭିଡିଓ ପ୍ରସ୍ତୁତ ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମୁତାବକ, ଭିଡିଓରେ ଘରଟି ବାସପଯୋଗୀ କି ନୁହେଁ ତାହା କୋର୍ଟଙ୍କୁ ଜଣାଇବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ, ତପସ୍ୱିନୀ ସୁମିତଙ୍କୁ ନିଜ ସ୍ୱାମୀ ବୋଲି କହିବା ସହ ଘରେ ବୋହୂ ରୂପେ ସ୍ୱୀକାର କରିବାକୁ ଦାବି କରି ସୁମିତଙ୍କ ବ୍ରହ୍ମାନଗର ବାସ ଭବନ ସାମ୍ନାରେ ଧାରଣାରେ ବସିଥିଲେ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ରହିବା ସହ ମାସକୁ ଭରଣପୋଷଣ ଟଙ୍କା ଦେବା ପାଇଁ କହିଥିଲେ ।

Get real time updates directly on you device, subscribe now.