ସାନ୍ତାକ୍ରୁଜ ଅଞ୍ଚଳରେ ଅଶାନ୍ତ କରୋନା: ମୁମ୍ବାଇରୁ ଆଉ ଜଣେ କରୋନାର ନୂଆ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ

ମୁମ୍ବାଇ: କରୋନାର ନୂଆ ଭାରିଆଣ୍ଟ ଏବେ କାୟା ବିସ୍ତାର କରିବା ଆରମ୍ଭ କଲାଣି । ମାୟାନଗରୀ ମୁମ୍ବାଇରେ ଆଜି ଚିହ୍ନଟ ହୋଇଛି ଏହି ଭାରିଆଣ୍ଟର ତୃତୀୟ ମାମଲା । ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ନୂଆ ଭାଇରସ XEର ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । ତେବେ କରୋନାର ଉଭୟ ଟୀକା ଗ୍ରହଣ କରିବା ପରେ ମଧ୍ୟ ଭାରିଆଣ୍ଟରେ ସେ ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ପ୍ରଥମ ଆକ୍ରାନ୍ତ ମଧ୍ୟ ଏହି ଅଞ୍ଚଳରେ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ କେସ ଗୁଜୁରାଟରେ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଭାରିଆଣ୍ଟ ଖୁବ ସଂକ୍ରାମକ ବୋଲି କୁହାଯାଉତିବା ବେଳେ ବିଏ.୨ ଭାଇରସ ଅପେକ୍ଷା ଏହା ୧୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇଥାଏ । ଏହି ଭାରିଆଣ୍ଟ ଓମିକ୍ରନର ଏକ ସବ-ଭାରିଆଣ୍ଟ । ତେବେ ଏପର୍ଯ୍ୟନ୍ତ ଏହାକୁ ସେତେ ଭୟଙ୍କର ବୋଲି କୁହାଯାଇ ନଥିବା ବେଳେ ଏହା ଖୁବ କମ ସମୟ ମଧ୍ୟରେ ଅଧିକ ବ୍ୟାପିବାରେ ସକ୍ଷମ ହୋଇଥାଏ । ତେବେ ନୂଆ ଭାରିଆଣ୍ଟରେ ଚିହ୍ନଟ ହୋଇଥିବା ଦୁଇଟି ମାମଲାରେ କୌଣସି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିନାହିଁ । ତେଣୁ ବେଶୀ ଆତଙ୍କିତ ନହେବା ପାଇଁ ଅପିଲ କରିଛନ୍ତି ସରକାର । କିଛି ବିଶେଷଜ୍ଞଙ୍କ ମତ ଅନୁସାରେ କରୋନାର କୌଣସି ବି ଭାରିଆଣ୍ଟ ଦେଶକୁ ଆଉ ଏକ ନୂଆ ଲହର ଆଣିପାରେ । ତେବେ ଏହା ବେଶୀ ଘାତକ ହୋଇନପାରେ କିମ୍ବା ସ୍ତିତି ଅଣାୟତ ହୋଇନପାରେ । ଦେଶରେ କରୋନାର ତୃତୀୟ ଲହରରେ ସ୍ଥିତି ନିୟନ୍ତ୍ରଣରେ ରହିବା ସହ ଦ୍ୱିତୀୟ ପର୍ଯ୍ୟାୟ ପରି ଭୟଙ୍କର ହୋଇନଥିଲା ।