fbpx
BSKY SKY
BSKY SKY

ଓମିକ୍ରନ ଓ XE ଭାରିଆଣ୍ଟ ଉପରେ ପ୍ରଭାବୀ ସ୍ପୁଟନିକ-V ଏବଂ ସ୍ପୁଟନିକ ଲାଇଟ୍: ଋଷର ଦାବି

BSKY

ଚୀନ ସହ ଅନେକ ଦେଶରେ ବର୍ତ୍ତମାନ ପୁଣି କରୋନା ସଂକ୍ରମଣ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନ ଏବଂ ଏକ୍ସଇ ଉପରେ ସ୍ପୁଟନିକ୍-ଭି ଏବଂ ସ୍ପୁଟନିକ୍ ଲାଇଟ ସହ ନାଜାଲ ଭାକ୍ସିନ ପ୍ରଭାବୀ ବୋଲି ଦାବି କରିଛି ଋଷ । ଋଷର ଗମଲେୟା ସେଣ୍ଟରର ଚିଫ୍ ପ୍ରଫେସରଙ୍କ ତରଫରୁ ଏହି ଦାବି କରାଯାଇଛି । ପ୍ରୋଫେସର ଆଲେକ୍ସଜାଣ୍ଡର ଗିନ୍ଟବର୍ଗ କହିଛନ୍ତି ଯେ ଏକ୍ସଇ ଭାରିଆଣ୍ଟ ବିଏ.୧ ଏବଂ ବିଏ.୨ ର ମିଶ୍ରଣରେ ତିଆରି ଏବଂ ସ୍ପୁଟନିକ୍ ଉଭୟ ଭାରିଆଣ୍ଟ ଉପରେ ପ୍ରଭାବୀ ହୋଇଥିବାରୁ ଏହା ଏକ୍ସଇ ଭାରିଆଣ୍ଟ ଉପରେ ମଧ୍ୟ ପ୍ରଭାବୀ । ବର୍ତ୍ତମାନ ସ୍ଥିତିରେ ଏହା କହିବା ମୁସ୍କିଲ ଯେ ଏହି ଭାରିଆଣ୍ଟ କେତେ ମାରାତ୍ମକ । ବିଶ୍ୱର କିଛି ଦେଶରେ ଏହି ଭାରିଆଣ୍ଟର ସଂକ୍ରମଣ ସାମ୍ନାକୁ ଆସିଛି ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧ ରେ ଋଷ ଭାକ୍ସିନ ସ୍ପୁଟନିକ୍ ର ନାଜାଲ ଭର୍ଜନ ସାମ୍ନାକୁ ଆସିଥିଲା । ଋଷ ତରଫରୁ କୁହାଯାଇଥିଲା ଯେ ସେ ଦୁନିଆର ପ୍ରଥମ ନାଜାଲ ଭାକ୍ସିନ ନିର୍ମାଣ କରିଛି । ଏହା ସ୍ପୁଟନିକ ଭାକ୍ସିନର ନୂଆ ରୂପ । ଅନେକ ଦିନରୁ ଋଷ ନାଜାଲ ଭାକ୍ସିନ ଉପରେ ଟ୍ରାଏଲ ଚଳାଇଥିଲା । ଅନ୍ୟ କିଛି ଦେଶ ମଧ୍ୟ ଏହି ଦିଗରେ ଉଦ୍ୟମ କରୁଥିଲେ । କିନ୍ତୁ ସବୁଠୁ ପ୍ରଥମେ ଋଷ ଏହି ସଫଳତା ପାଇଛି । କୁହାଯାଉଛି ଯେ ନାଜାଲ ଭାକ୍ସିନ ଆସିବା ପରେ କରୋନା ବିରୋଧରେ ଲଢ଼େଇ ଆହୁରି ସହଜ ହେବ । ନାଜାଲ ଭାକ୍ିସନ ନାକ ମାଧ୍ୟରେ ଦିଆଯାଇଥାଏ । ଏହାକୁ ଇଣ୍ଟ୍ରାନାଜାଲ ଭାକ୍ିସନ ମଧ୍ୟ କୁହାଯାଏ । ଯାହା ଭାକ୍ିସନ ମାଂସପେଶୀରେ ଦିଆଯାଇଥାଏ ତାକୁ ଟ୍ରାନ୍ସମସ୍କ୍ୟୁଲାର ଭାକ୍ସିନ କୁହାଯାଏ ।

Get real time updates directly on you device, subscribe now.