fbpx

(Video) ପ୍ରଚଣ୍ଡ ଖରାରେ ପାରା ନେଲେ ପାଇପ୍ ପାଣିରେ ଗାଧୋଇବାର ମଜା; ଭାଇରାଲ ହେଉଛି ଭିଡିଓ…

ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ଖାଲି ମଣିଷ ନୁହେଁ ପଶୁପକ୍ଷୀମାନେ ମଧ୍ୟ ଡହଳ ବିକଳ ହୋଇଥାନ୍ତି । ମଣିଷମାନେ ସିନା ଖରାରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରିପାରିଥାନ୍ତି । କିନ୍ତୁ ପଶୁପକ୍ଷୀମାନେ ଏଭଳି କରିପାରିନଥାନ୍ତି । ଡହଳ ବିକଳ ହେଉଥାନ୍ତି ପଶୁପକ୍ଷୀ । କେତେବେଳେ ଟିକିଏ ପାଣି ଦେଖିଲେ ସେଥିରେ ଶୋଷ ମେଣ୍ଟାନ୍ତି ତ’ କେତେବେଳେ ସେଥିରେ ବୁଡ଼ି ଖରାରୁ ରକ୍ଷା ପାଇଥନ୍ତି । ତେବେ ବର୍ତ୍ତମାନ ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖରାରୁ ରକ୍ଷା ପାଇବା ପାଇଁ କିଛି ପାରା କିପରି ପାଣିରେ ଗାଧୋଇବାର ମଜା ନେଉଛନ୍ତି ।

ଭିଡିଓରେ ଦେଖାଯାଉଛି କିପରି ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ପାରାମାନେ ଏହି ପାଇପ ପାଣିରେ ଗାଧେଇବାର ମଜା ନେଉଛନ୍ତି । ଡେଣା ଉପରକୁ ଭଲ ଭାବରେ ଓଦା କରି ପାକାଉଛନ୍ତି ନିଜକୁ । ତେବେ ଏହି ପାରା ଗୁଡିକୁ ପାଇପ ସାହାଯ୍ୟରେ ପାଣି ଦେଉଛନ୍ତି ଜଣେ ବୃଦ୍ଧ । ଏକାକୀ ବାହାରେ ଏକ ଚେୟାରରେ ବସି ରହିଛନ୍ତି । ତାଙ୍କର ଏହି ମହାନ କାର୍ଯ୍ୟକୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି ଲୋକେ । ଏହି ହୃଦୟସ୍ପଶୀ ଭିଡିଓକୁ ଦେଖି ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ଏହି ଖରା ଦିନରେ ପକ୍ଷୀ ମାନଙ୍କ ପାଇଁ ଘର ବାହାରେ କିମ୍ବା ଛାତ ଉପରେ ପାଣି ରଖିବାକୁ ଅନୁରୋଧ । କାହିଁକି ନା କେଇ ବୁନ୍ଦା ଜଳ ଏଭଳି ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ…

Get real time updates directly on you device, subscribe now.