fbpx

ଆଜି ମୋଦୀ-ବାଇଡେନ ଆଲୋଚନା, ରୁଷକୁ ନେଇ ଭାରତ ଉପରେ ଚାପ ପକାଇପାରେ ଆମେରିକା

ନୂଆଦିଲ୍ଲୀ: ଗୋଟିଏ ପଟେ ଦୀର୍ଘଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହେବ । ଏହି ଯୁଦ୍ଧକୁ ନେଇ ପୂର୍ବରୁ ଭାରତ ପରୋକ୍ଷରେ ଏକାଧିକ ବାର ରୁଷିଆକୁ ସମର୍ଥନ କରିଆସୁଥିଲା, ଯାହାକୁ ଆମେରିକା ବିରୋଧ କରୁଥିଲା । ଏପରିକି ଚୀନର ଆଳ ଦେଖାଇ ଭାରତକୁ ଆମେରିକା ଧମକ ମଧ୍ୟ ଦେଇଥିଲା । ତେଣୁ ମୋଦୀ-ବାଇଡେନଙ୍କ ଆଜିର ସାକ୍ଷାତ ବହୁତ ଗୁରୁତ୍ୱ ବହନ କରୁଛି ।

ଏନେଇ ହ୍ୱାଇଟ ହାଉସର ପ୍ରେସ୍ ସଚିବ ଜେନ ସାକି କହିଛନ୍ତି ଯେ, ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଆଜି ଭର୍ଚୁଆଲରେ ବୈଠକ ହେବ । ଏହି ପରିପ୍ରେକ୍ଷୀରେ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆମେରିକା ଭାରତ ଉପରେ ଚାପ ପକାଇବ ।

ରୁଷ ଲଗାତର ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଥିବା ବେଳେ ଭାରତର ଆଭିମୁଖ୍ୟ ସମସ୍ତଙ୍କୁ ହତବାକ କରିଦେଇଛି । ଏହା ଆମେରିକାର ଚିନ୍ତା ବଢ଼ାଇ ଦେଇଛି । ଅନ୍ୟପକ୍ଷରେ ଭାରତର କାର୍ଯ୍ୟଶୈଳୀକୁ ନେଇ ରୁଷ ପ୍ରଶଂସା କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.