fbpx

ରାତାରାତି ବଦଳିଗଲା ୫ ଜଣ କର୍ମଚାରୀଙ୍କୁ ଭାଗ୍ୟ, କମ୍ପାନୀର CEO କଲେ ଏପରି ଘୋଷଣା

ନୂଆଦିଲ୍ଲୀ: ଅଧିକାଂଶ କର୍ମଚାରୀଙ୍କ ମନରେ ଏହି ଧାରଣା ଥାଏ ଯେ, ସାଧାରଣ ଭାବେ ମାଲିକମାନେ କର୍ମଚାରୀଙ୍କୁ ସ୍ୱଳ୍ପ ବେତନରେ ଚାକିରିରେ ରଖିବା ସପକ୍ଷରେ ଥାଆନ୍ତି । ତେବେ ଏହା ଶତ ପ୍ରତିଶତ ଠିକ୍ ନୁହେଁ । ଏ ଦୁନିଆରେ ଏପରି କିଛି କମ୍ପାନୀର ମାଲିକ ରହିଛନ୍ତି ଯେଉଁମାନେ କି କମ୍ପାନୀ ସମସ୍ତ କର୍ମଚାରୀଙ୍କୁ ନିଜ ପରିବାରର ସଦସ୍ୟ ଭଳି ବ୍ୟବହାର କରିଥାନ୍ତି । ଏପରିକି ନିଜ କମ୍ପାନୀର ଷ୍ଟାଫମାନଙ୍କୁ କୋଟି କୋଟି ଟଙ୍କାର ଉପହାର ଦେବାକୁ ପଛାଇ ନଥାନ୍ତି ।

ଜଣାପଡ଼ିଛି ଯେ, ନିକଟରେ ଚେନ୍ନାଇ ସ୍ଥିତ ଆଇଟି କମ୍ପାନୀ କସଗ୍ଦଗ୍ଦଲକ୍ଷକ୍ଟଙ୍ଗ ଓଦ୍ଭମ ପକ୍ଷରୁ ଏଭଳି ଏକ ଅବିଶ୍ୱାସନୀୟ ଘୋଷଣା କରାଯାଇଛି । କମ୍ପାନୀ ନିଜ ଷ୍ଟାଫମାନଙ୍କର ଶାନଦାର ପ୍ରଦର୍ଶନରେ ଖୁସି ହୋଇ ୫ ଜଣ କର୍ମଚାରୀଙ୍କୁ ଗତ ସପ୍ତାହରେ ଗୋଟିଏ ଲେଖାଏଁ ବିଏମଡବ୍ଲ୍ୟୁ ଗିଫ୍ଟ ପ୍ରଦାନ କରିଛି । କୋଭିଡ୍ ପାଇଁ ଅନେକ କମ୍ପାନୀ ନିଜର ଅସ୍ତିତ୍ୱ ହରାଇ ସଂଘର୍ଷ କରୁଥିବା ବେଳେ କସଗ୍ଦଗ୍ଦଲକ୍ଷକ୍ଟଙ୍ଗ ଓଦ୍ଭମ କମ୍ପାନୀର ଏହି ପଦକ୍ଷେପ ନିହାତି ଭାବେ ପ୍ରଶଂସାଯୋଗ୍ୟ ।

ଜଣାପଡ଼ିଛି ଯେ, ଆସନ୍ତା ଶୁକ୍ରବାର ଦିନ କମ୍ପାନୀର ପାଞ୍ଚ ଜଣ ସିନିୟରଙ୍କୁ ଏକ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ବିଏମଡବ୍ଲ୍ୟୁ ପ୍ରଦାନ କରାଯିବ । ଭାଗ୍ୟ ବଦଳାଇ ଦେବା ଭଳି ଏପରି ଘୋଷଣା ବିଷୟରେ ପୂର୍ବରୁ କର୍ମଚାରୀମାନେ ସାମାନ୍ୟ ସୁରାକ ମଧ୍ୟ ପାଇନଥିଲେ । ଏହି ପାଞ୍ଚ ଜଣ କର୍ମଚାରୀ କମ୍ପାନୀର ପ୍ରତିଷ୍ଠା ଦିନଠାରୁ ରହି ଆସିଛନ୍ତି । କମ୍ପାନୀର ଉତ୍ଥାନ ଓ ପତ୍ତନ ସମୟରେ ସଂଘର୍ଷ କରିଛନ୍ତି । ପାଞ୍ଚ ଜଣ ଭାଗ୍ୟଶାଳୀ କର୍ମଚାରୀଙ୍କୁ ବିଏମଡବ୍ଲ୍ୟୁ ୫୩୦ଡି ମଡେଲ ଗିଫ୍ଟ ଆକାରରେ ଦିଆଯିବ ବୋଲି କମ୍ପାନୀର ସିଇଓ କହିଥିଲେ ।

Get real time updates directly on you device, subscribe now.