fbpx

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ଶାହାବାଜ ସରିଫ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଶାହାବାଜ ସରିଫ । ରାଷ୍ଟ୍ରପତି ଆରିଫ ଅଲବିଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଥିଲେ । ଏଥି ସହିତ ସେ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଇମ୍ରାନ ଖାନଙ୍କ ସରକାର ପତନ ପରେ ତାଙ୍କୁ ବିରୋଧୀ ଦଳମାନେ ମିଶି ନୂତନ ପ୍ରଧାନମନ୍ତ୍ରୀ ଭାବରେ ଆଜି ନିର୍ବାଚିତ କରିଥିଲେ ।

ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଭାରତ ଆତଙ୍କ ମୁକ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଚାହେଁ, ଯାହା ଦ୍ୱାରା ଆମେ ଆମ ଦେଶର ବିକାଶ କଥା ଚିନ୍ତା କରି ପାରିବା । ଏବଂ ଆମ ଦେଶର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିପାରିବା ।

ପାକିସ୍ତାନରେ ଦିର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ସଂଙ୍କଟ ମଧ୍ୟରେ ଇମ୍ରାନ ସରକାରକୁ କ୍ଷମତାଚ୍ୟୁତ କରିବାରେ ବିରୋଧୀ ସଫଳ ହୋଇଛନ୍ତି । ଇମ୍ରାନଙ୍କ ସତ ଚେଷ୍ଟା ସତ୍ୱେ ସେ ତାଙ୍କର ଗାଦିକୁୁ ରକ୍ଷା କରି ପାରି ନାହାନ୍ତି । ବାରମ୍ବାର ଅବିଶ୍ୱାସ ପ୍ରସ୍ତାବ ଘୁଞ୍ଚିବା ପରେ ମଧ୍ୟ ତାଙ୍କ ସରକାର ଅବିଶ୍ୱସ ପ୍ରସ୍ତାବରେ ବହୁମତ ହରାଇଛି ।

Get real time updates directly on you device, subscribe now.