fbpx

କରୋନ ସଙ୍କଟ: ଝରକା ପାଖରେ ଠିଆ ହୋଇ ବିବାହ ରଚିଲେ ଦମ୍ପତି, ଦେଖନ୍ତୁ ଭିଡିଓ

ସାରା ବିଶ୍ୱରେ କରୋନା ଭାଇରସର ପ୍ରଭାବ କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଭାରତ ସମେତ ବିଶ୍ୱର ବହୁ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି । ଏହାରି ମଧ୍ୟରେ ଜଣେ ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଲକ୍ ଡାଉନ୍ ସମୟରେ ଘରର ଝରକାର ପାଖରେ ଠିଆ ହୋଇ ବିବାହ ରଚିଥିଲେ ଦମ୍ପତି, ଯାହର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

କରୋନା ଭାଇରସ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ସ୍ପେନ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ପେନରେ ୨୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

ତେବେ ସ୍ପେନର ଅଲବା ଡିଜ୍ ଓ ଡେନିଏଲ କ୍ୟାମିନୋ କେବେ ଭାବି ନଥିଲେ ଯେ, ସେମାନଙ୍କୁ ଏହିପରି ବିବାହ କରିବାକୁ ପଡିବ । କିନ୍ତୁ ଲକ ଡାଉନ ସମୟରେ ସେମାନେ ନିଜର ଆପାର୍ଟମେଣ୍ଟ ଝରକା ଦେଇ ବିବାହ କରିଥିଲେ । ଦମ୍ପତ୍ତିଙ୍କ ବିବାହ ସମୟରେ ସେମାନଙ୍କ ପଡୋଶୀମାନେ ମଧ୍ୟ ନିଜ ନିଜ ଝରକାରେ ଠିଆ ହୋଇ ଅଭିନନ୍ଦନ ଜଣାଇଥିଲେ । ବାସ୍ତବରେ, ଦମ୍ପତି ପୂର୍ବରୁ ବିବାହ ପାଇଁ ଯୋଜନା କରିଥିଲେ, କିନ୍ତୁ ଲକ ଡାଉନ୍ ହେବା ଫଳରେ ସେମାନେ ଝରକା ପାଖରେ ଠିଆ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.