fbpx

ଆର୍ୟ୍ୟନ୍ ଖାନଙ୍କ ସହ ଡ୍ରଗ୍ସ ମାମଲାର ଯାଞ୍ଚ ଯାଞ୍ଚ କରୁଥିଲେ ଏହି ଅଧିକାରୀ

ଆର୍ଯ୍ୟାନ ଖାନ ଡ୍ରଗ୍ସ ମାମଲାରେ କେନ୍ଦ୍ରିୟ ନିଶାନିବାରଣ ସଂସ୍ଥା ନାର୍କୋଟିକ୍ସ ବ୍ୟୁରୋ(ଏନସିବି) ଏହାର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି । ସନ୍ଦେହଜନ କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱ ବିଜୟ ସିଂ ଏବଂ ଆସିଶ ରଞ୍ଜନ ପ୍ରସାଦଙ୍କୁ ଏନସିବି ନିଲମ୍ବିତ କରିଛି । ସୁତ୍ରରୁ ମିଳିଥିବା ଖବର ମୁତାବକ ଏନସିବିର ଭିଜିଲାନ୍ସ ଟିମ୍ ଦ୍ୱାରା କରାଯାଇଥିବା ତଦନ୍ତରେ ଏହି ଦୁଇ ଜଣ ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ଥିବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ସେ ଦ୍ୱୟଙ୍କୁ ନିଲମ୍ବନ କରଯାଇଛି ।

ବିଶ୍ୱ ବିଜୟ ସିଂ କ୍ରୁଜ ଡ୍ରଗ୍ସ ମାମଲାରେ ତଦନ୍ତ ଅଧିକାରୀ ଥିବା ବେଳେ, ଆସିଶ ରଞ୍ଜନ ପ୍ରସାଦ ତାଙ୍କର ସହଯୋଗୀ ଥିଲେ । ତେବେ ଏହି ନିଲମ୍ବନର ପ୍ରକୃତ କାରଣ ଏଯାଏଁ ଜଣା ପଡିନାହିଁ । ଏଥି ସହିତ ଏହା ମଧ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଯେ କ୍ରୁଜ ଡ୍ରଗ୍ସ ଚଢାଉରେ ଏହି ଦ୍ୱୟଙ୍କର ଭୁମିକା କଣ ଥିଲା ।

କ୍ରୁଜ ଡ୍ରଗ୍ସ ମାମଲା ସହିତ ସମୁଦାୟ ପାଞ୍ଚୋଟି ମାମଲା ଏନସିବି ଏସଆଇଟିକୁ ହସ୍ତାନ୍ତର ହୋଇଥିଲା । ଏହା ପରେ ଜଣେ ଡେପୁଟି ଡିରେକ୍ଟର ଜେନେରାଲ ବର୍ଗର ଅଧିକାରୀ ସିଂ ଏବଂ ପ୍ରସାଦଙ୍କ ସହିତ ଅନେକ ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ ।

ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ମାମାଲରେ ଏନସିବି କ୍ରୁଜ ଯାହାଜ ଉପରେ ଚଢାଉ କରି ଆର୍ଯ୍ୟାନ ଖାନଙ୍କୁ ଗିରଫ କରିଥିଲା । ଗତବର୍ଷ ଅକ୍ଟୋବର ୩ ତାରିଖରେ ଏହି ଚଢାଉ ପରେ ଏନସିବିକୁ ୧୩ ଗ୍ରାମ କୋକେନ ମିଳିଥିବା ସୂଚନା ମିଳିଥିଲା । ଏହି ମାମଲରେ ଏନସିବି ମୋଟ ୨୦ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ ଏବେ ଆର୍ଯ୍ୟାନ ଖାନଙ୍କ ସମେତ ୧୮ ଜଣ ବେଲ୍ ରେ ଅଛନ୍ତି।

Get real time updates directly on you device, subscribe now.