fbpx

ଋଷ ଓ ଆମେରିକାକୁ ନିଜ ଇଶାରାରେ ନଚାଇ ପାରିବ ଭାରତ: ଫରିଦ୍ ଜାକାରିଆ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଏହା ଆମେରିକା ଏବଂ ଋଷିଆକୁ ନିଜ ଇଶାରାରେ ନଚାଇ ପାରିବ ବୋଲି କହିଛନ୍ତି ରାଜନୈତିକ ବିଶ୍ଳେଷକ ଫରିଦ୍ ଜାକାରିଆ । ବରିଷ୍ଠ ପତ୍ରକାର ତଥା ରାଜନୈତିକ ବିଶ୍ଲେଷକ ଫରିଦ୍ ଜାକାରିଆ କହିଛନ୍ତି ଭାରତ ବର୍ତ୍ତମାନ ନିଜକୁ ବେଶ ଶକ୍ତିଶାଳୀ କରିସାରିଛି । କୌଣସି ବି ରାଷ୍ଟ୍ର ଭାରତ ଉପରେ ଚାପ ପକାଇ ପାରିବ ନାହିଁ । ଋଷ ହେଉ କିମ୍ବା କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ଏକା ସାଥୀରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବାରେ ଭାରତ ସମର୍ଥ ବୋଲି କହିଛନ୍ତି ଜାକାରିଆ ।

ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତ ସମ୍ପୂର୍ଣ୍ଣ ଭାବରେ ନିରପେକ୍ଷ ନୀତି ଅବଲମ୍ବନ କରିଥିଲା । ପାଶ୍ଚାତ୍ୟ ଦେଶ ବିଶେଷ କରି ଆମେରିକା ପକ୍ଷରୁ ଭୟଙ୍କର ଚାପ ପଡୁଥିଲେ ହେଁ ଭାରତ ସେସବକୁ ଖାତିର କରିନଥିଲା । ଋଷ ସହିତ ନିଜର ଦ୍ୱିପାକ୍ଷିକ ସମ୍ପର୍କ ବଜାୟ ରଖିବା ସହିତ ମିଳିତ ଜାତିସଂଘରେ ଋଷ ବିପକ୍ଷରେ ଭୋଟ ଦାନରୁ ବିରତ ହୋଇଥିଲା । ଏପରିକି ଋଷ ନିକଟରୁ ତେଲ ନ କିଣିବା ପାଇଁଯେଉଁ ଚାପ ପଡିଥିଲା ଭାରତ ତାକୁ ମଙଧ୍ୟ ଭୃକ୍ଷେପ କରିନଥିଲା ।

ଶସ୍ତାରେ ତେଲ ମିଳିଲେ ଭାରତ କିଣିବ ବୋଲି ଆମେରିକାକୁ ରୋକଠୋକ ଶୁଣାଇ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶୀତଳ ଯୁଦ୍ଧ ସମୟରେ ଯେମିତି ପାଶ୍ଚାତ୍ୟ ଚାପ ଆଗରେ ଭାରତ ନଇଁଥିଲା ବର୍ତ୍ତମାନ ପରସ୍ଥିତି ସେମିତି ନାହିଁ । ଭାରତ ବର୍ତ୍ତମାନ ଅତ୍ୟନ୍ତ ଶକ୍ତିଶାଳୀ ତେଣୁ ୯୦ ଦଶକର ଚାପ ଭାରତ ଆଉ ଅନୁଭବ କରୁନାହିଁ ବୋଲି ଜାକାରିଆ କହିଛନ୍ତି ।

Get real time updates directly on you device, subscribe now.