fbpx

ଅବିକଶିତ ସ୍ତନକୁ ଛୁଇଁବା ମଧ୍ୟ ଯୌନ ଶୋଷଣ: କୋଲକାତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଅବିକଶିତ ସ୍ତନକୁ ଛୁଇଁବା ମଧ୍ୟ ଯୌନ ଶୋଷଣ ଅଟେ । ସ୍ତନ ବିକଶିତ ହୋଇନଥିଲେ ମଧ୍ୟ ଏହାକୁ ଯୌନ ଶୋଷଣ ଭାବରେ ଗ୍ରହଣ କରାଯିବ ବୋଲି ୨୦୧୭ର ଏକ ମାମଲାର ଶୁଣାଣି କରି କହିଛନ୍ତି କୋର୍ଟ । ଜଣେ ୧୩ ବର୍ଷୀୟ ବାଳିକାର ମା’ଙ୍କ ଅଭିଯୋଗ ଉପରେ ବିଚାର କରି କୋର୍ଟ ଏମିତି ନିଷ୍ପତ୍ତି ଶୁଣାଇଛନ୍ତି । ଆରୋପୀ ଜଣଙ୍କ ପୀଡିତାଙ୍କ ପଡୋଶୀ ଅଟେ । ମା’ ଘରେ ନଥିବା ସମୟରେ ଘରେ ପଶି ପୀଡିତାଙ୍କ ସ୍ତନକୁ ଛୁଇଁବା ସହିତ କିସ୍ କରିଥିଲେ । ତେବେ ଆରୋପୀ ସ୍ତନକୁ ଛୁଇଁବା ଅଭିଯୋଗକୁ ଖଣ୍ଡନ କରିଥିଲେ । ଏପରିକି ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସ୍ତନ ବିକଶିତ ହୋଇନଥିବା କହିଥିଲେ ।

ଜଷ୍ଟିସ୍ ବିବେକ ଚୌଧୁରୀ ମାମଲାର ବିଚାର କରିବା ସହିତ ଅଭିଯୁକ୍ତଙ୍କ ଦଲିଲକୁ ଖାରଜ କରି ଦେଇଥିଲେ । ୧୩ ବର୍ଷର ଝିଅର ସ୍ତନ ବିକଶିତ ହୋଇଛି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଜଣେ ଯୌନାକା„ା ରଖି ପ୍ରାଇଭେଟ୍ ପାର୍ଟ ଛୁଇଁବା ଅପରାଧ ।

କେହି ନଥିବା ବେଳେ ଘରକୁ ଆସିବା ଏବଂ କିସ୍ କରିବା ସବୁ କିଛି ସ୍ପଷ୍ଟ କରୁଛି । ଜଣେ ପ୍ରାପ୍ତବୟସ୍କ ଏଭଳି ବିନା ଅନୁମତିରେ ଆଉ କାହା ଘରେ ପ୍ରବେଶ କରିବା ସମ୍ପୂର୍ଣ୍ଣ ଭୁଲ୍ । କୋର୍ଟ ଏଭଳି କହିବା ସହିତ ପୋକ୍ସୋ ଆକ୍ଟର ଧାରା ୮ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

Get real time updates directly on you device, subscribe now.