fbpx
BSKY SKY
BSKY SKY

ମହାଶକ୍ତି ରୁଷିଆର ସମସ୍ତ ରଣକୌଶଳକୁ ପଣ୍ଡ କରିଛି ୟୁକ୍ରେନର ଶକ୍ତିଶାଳୀ ଡ୍ରୋନ୍! ଭବିଷ୍ୟତର ଯୁଦ୍ଧ ପାଇଁ ଡ୍ରୋନ କ୍ଷେତ୍ରରେ ଭାରତ କେତେ ପ୍ରସ୍ତୁତ

BSKY

ନୂଆଦିଲ୍ଲୀ: ସମୟ ଥିଲା ନିଜର ସୈନ୍ୟ ଦମରେ ପ୍ରତ୍ୟେକ ଦେଶ ଯୁଦ୍ଧରେ ବିଜୟ ଲାଭ କରୁଥିଲେ । ମାତ୍ର ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବହୁତ ଆଗକୁ ଚାଲିଯାଇଛି । ଏବେ ମିସାଇଲ, ଲେଜର ଆଟାକ, ପରମାଣୁ ଆଦି ବିଭିନ୍ନ ଅସ୍ତ୍ର ବାହାରିଲାଣି । ତେବେ ଏହା ମଧ୍ୟରେ ଏକ ନୂଆ ବ୍ରହ୍ମାସ୍ତ୍ରକୁ ନେଇ ବହୁତ ଚର୍ଚ୍ଚା ହେଉଛି, ତାହା ହେଉଛି ଡ୍ରୋନ୍ । ଡ୍ରୋନ ଆକ୍ରମଣ ଆଗାମୀ ଦିନମାନଙ୍କରେ ଶତ୍ରୁପକ୍ଷର ନିଦ ହଜାଇବ । ଗୋଟିଏ ସ୍ଥାନରେ ରହି ଡ୍ରୋନକୁ କଣ୍ଟ୍ରୋଲ କରାଯିବ ଓ ଶତ୍ରୁପକ୍ଷର କେଉଁ ସ୍ଥାନରେ ତାହା ପହଞ୍ଚୁଛି, ତା’ର ଟିକିନିଖି ନଜର ରଖାଯିବ । ଡ୍ରୋନ ମାଧ୍ୟମରେ ଶତ୍ରୁ ଦେଶର ଗୁଇନ୍ଦା ସୂଚନା ସହଜରେ ହାସଲ କରିହେବ ।

ନିକଟରେ ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ୟୁକ୍ରେନ ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ମହାଶକ୍ତି ରୁଷର ସମସ୍ତ ଯୋଜନା ପଣ୍ଡ କରିବାରେ ସକ୍ଷମ ହୋଇଛି ବୋଲି କୁହାଯାଉଛି । ପ୍ରତିରକ୍ଷା ବଜେଟ, ଯୁଦ୍ଧ ବିମାନ, ଟ୍ୟାଙ୍କ, ଯୁଦ୍ଧ ଗାଡ଼ି, ନୂଆ ଜ୍ଞାନ କୌଶଳରେ ନିର୍ମିତ ହତିଆରରେ ଆଦି କ୍ଷେତ୍ରରେ ରୁଷ ବହୁ ଆଗରେ । ମାତ୍ର ଚଳିତ ଯୁଦ୍ଧରେ ୟୁକ୍ରେନ ପାଇଁ ଡ୍ରୋନ ହିଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଯୁଦ୍ଧରେ ମୈଦାନରେ ବ୍ୟବହୃତ ଡ୍ରୋନ ହିଁ ଜିତିବା, ହାରିବାର ଫଳାଫଳ ନିର୍ଦ୍ଧାରଣ କରିପାରିବ । ତେବେ ଏ ସମସ୍ତ ଦିଗକୁ ବିଚାର କଲେ ମନରେ ଗୋଟିଏ ପ୍ରଶ୍ନ ଆସୁଛି ‘କଣ ଭବିଷ୍ୟତର ଯୁଦ୍ଧ ଡ୍ରୋନରେ ଲଢ଼ାଯିବ?’

ତେବେ ଆମେ ଯଦି ଭାରତବର୍ଷ କଥା ବିଚାର କରିବା ଭବିଷ୍ୟତର ସଂଗ୍ରାମ ପାଇଁ ଦେଶ କେତେ ମାତ୍ରାରେ ପ୍ରସ୍ତୁତ ରହିଛି ତାହା ଆଉ ଗୋଟିଏ ବଡ଼ ପ୍ରଶ୍ନ । ଭାରତ ଡ୍ରୋନର ବହୁଳ ବ୍ୟବହାର କରୁନାହିଁ । ବାୟୁସେନା ଘାଟିରେ ଲାଗିଥିବା ରାଡାର ଡ୍ରୋନକୁ ଚିହ୍ନଟ କରିବାରେ ଅକ୍ଷମ । ସାଧାରଣ ଭାବେ ଡ୍ରୋନ ଏକ ପକ୍ଷୀ ପରି ଦୃଶ୍ୟମାନ ହୋଇଥାଏ । ଗତ ବର୍ଷ ଜମ୍ମୁ ବାୟୁସେନା ଏୟାରବେସ ଉପରେ ଡ୍ରୋନ୍ ଆକ୍ରମଣ ପରେ ଭାରତର ଚିନ୍ତା ବଢ଼ିଯାଇଛି । ଭବିଷ୍ୟତରେ ଡ୍ରୋନ ଆକ୍ରମଣ ଦେଶର ସୁରକ୍ଷା ପ୍ରତି ବିପଦ ସାଜିପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଭାରତ ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ୫୦ ଅରବ ଡଲାର ଡ୍ରୋନ ବିକାଶ କ୍ଷେତ୍ରରେ ନିବେଶ କରିବା ସହ ଡ୍ରୋନ ନିର୍ମାତାଙ୍କୁ ୧୨୦ କୋଟି ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହାଫଳରେ ୨୦୨୬ ମଧ୍ୟରେ ଡ୍ରୋନ ସେକ୍ଟରରେ ଭାରତ ଦୁଇ ଅରବ ଡଲାରର ଇଣ୍ଡଷ୍ଟ୍ରି ବନିଯିବ ।

Get real time updates directly on you device, subscribe now.