fbpx

ମନ୍ତ୍ରୀ ଅରୁଣ ସାହୁଙ୍କ ଘରକୁ ଟମାଟୋ ମାଡ଼, ଫେକ୍ ସାର୍ଟିଫିକେଟରେ ଆଡମିଶନକୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଉପରକୁ ଆଚି ହୋଇଛି ଟମାଟୋ ମାଡ଼ । ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଫେକ୍ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ଏହି ବିକ୍ଷୋଭ ହୋଇଥିବା ଜଣାପଡିଛି । ଏହା ସହ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମନ୍ତ୍ରୀ ଇସ୍ତଫା ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ବଢ଼ି ଚାଲିବ ବୋଲି ଛାତ୍ର କଂଗ୍ରେସର କର୍ମୀମାନେ ଚେତାବନୀ ଦେଇଛନ୍ତି  ।

Get real time updates directly on you device, subscribe now.