fbpx

FEMA ନିୟମ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ: LICରେ ହେବ ୨୦% ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ: ଫରେନ ଏକ୍ସଚେଞ୍ଜ ମ୍ୟାନଜେମେଣ୍ଟ ଆକ୍ଟ (ଏଫଇଏମଏ) ରେ ସରକାର ସଂଶୋଧନ କରିଛନ୍ତି, ଏହି ସଂଶୋଧନ ଦ୍ୱାରା ଏଣିକି ଏଲଆଇସିରେ ୨୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ପାଇଁ ରାସ୍ତା ପ୍ରଶସ୍ତ ହୋଇଛି । ଆଇପିଓ ମାଧ୍ୟମରେ ସରକର ଏଲଆଇସିରେ ଥିବା ଅଂଶଧନକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ଏଥିପାଇଁ ଗତ ଫେବୃଆରୀ ମାସରେ ଏଲଆଇସି ଏହାର ଆଇପିଓ ପାଇଁ ବଜାର ନିୟନ୍ତ୍ରକ ସେବି ନିକଟରେ ଡିଆରଏଚପି ଫାଇଲ କରିଥିଲା । ଆଉ ଏଲଆଇସିକୁ ମାର୍ଚ୍ଚ ମାସରେ ଆଇପିଓ ପାଇଁ ଅନୁମତି ମିଳିଥିଲା ।

ତେବେ ଆଇପିଓ ଆସିବା ପୂର୍ବରୁ କ୍ୟାବିନେଟର ଅନୁମୋଦନ ପରେ ୧୪ ମାର୍ଚ୍ଚରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଜନସାଧାରଣଙ୍କୁ ଆଇପିଓ ଅଫର ପୂର୍ବରୁ ଏଲଆଇସିରେ ବିଦେଶୀ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଏଫଡିଆଇରେ ପଲିସିରେ ସଂଶୋଧନ କରିଥିଲା ।

ଏଫଇଏମଏ ର ବିଜ୍ଞପ୍ତି ଡିପିଆଇଆଇଟି ବ୍ୟବସ୍ଥାକୁ କାର୍ଯ୍ୟକ୍ରମ କରିବା ପାଇଁ ଆବଶ୍ୟକ ଥିଲା, ଏଥିରେ ଏଫଡିଆଇର ପଲିସି ପରିବର୍ତ୍ତନ ଉପରେ ମଧ୍ୟ କୁହାଯାଇଥିଲା । ଏହି ନିୟମକୁ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ନିୟମ ୨୦୨୨ ବୋଲି ମଧ୍ୟ କୁହାଯାଇପାରିବ । ବିଜ୍ଞପ୍ତି ଅନୁଯାୟୀ ଏଲଆଇସିରେ ୨୦ ପ୍ରତିଶତ ଅଟୋମେଟିକ ଏଫଡିଆଇ ପାଇଁ ଅନୁମତି ଦେବ ।

ବର୍ତ୍ତମାନର ଏଫଡିଆଇ ନୀତି ଅନୁଯାୟୀ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ପାଇଁ ବୈଦେଶିକ ପୁଞ୍ଜି ନିବେଶ ସରକାରୀ ଅନୁମୋଦନ ଅନୁଯାୟୀ ୨୦ ପ୍ରତିଶତ ହୋଇଥିବାରୁ ଏଲଆଇସି ଏବଂ ଅନ୍ୟାନ୍ୟ କର୍ପୋରେଟ୍ ସଂସ୍ଥାଗୁଡ଼ିକରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି ।

ଉଲ୍ଲେଖଯୋଗ୍ୟ, ଦେଶର ସବୁଠୁ ବଡ଼ ଆଇପିଓର ଡ୍ରାଫ୍ଟକୁ ସେବିର ଅନୁମତି ମିଳିସାରିଛି । ଯେଉଁଥିରେ ସରକାରଙ୍କ ୫ % ଅଂଶଧନ ପ୍ରାୟ ୬୩,୦୦୦ କୋଟି ରହିଛି । ରିପୋର୍ଟ ଅନୁଯାୟୀ ସପ୍ଟେମ୍ବର ୨୦୨୧ ସୁଦ୍ଧା ଏହି ବୀମା କମ୍ପାନୀରେ ଶେୟାର ହୋଲ୍ଡର ଭାଲ୍ୟୁ ୫.୪ ଲକ୍ଷ କୋଟି ରହିଥିଲା । ତେବେ ଡିଆରଏଚପି ଏଲଆଇସିର ବଜାର ମୂଲ୍ୟ ନେଇ କୌଣସି ସୂଚନା ଦେଇନଥିଲା । ସୂଚନା ଅନୁଯାୟୀ ଏଲଆଇସି ବଜାର ମୂଲ୍ୟ ପ୍ରାୟ ୧୬ ଲକ୍ଷ କୋଟି ରହିଛି । ଏଲଆଇସିର ପବ୍ଲିକ ଅଫରିଙ୍ଗ ଦେଶର ଷ୍ଟକ ମାର୍କେଟରେ ସବୁଠୁ ବଡ଼ ଆଇପିଓ ହେବାକୁ ଯାଉଛି । ଲିଷ୍ଟ ହେବା ପରେ ଏହି ଟପ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଏବଂ ଟିସିଏସ ଭଳି କମ୍ପାନୀଗୁଡ଼ିକର ସମକକ୍ଷ ହୋଇପାରେ ।

ପୂର୍ବରୁ ୨୦୨୧ରେ ପେଟିଏମ ଆଇପିଓ ୧୮,୩୦୦ କୋଟିର ସବୁଠାରୁ ବଡ଼ ଆଇପିଓ ଭାବରେ ରହିଥିଲା । ୨୦୧୦ ରେ କୋଲ ଇଣ୍ଡିଆ ପ୍ରାୟ ୧୫,୫୦୦ କୋଟି ଏବଂ ୨୦୦୮ରେ ରିଲାଏନ୍ସ ପାୱାର ୧୧,୭୦୦ କୋଟିର ଆଇପିଓ ଆଣିଥିଲେ ।

Get real time updates directly on you device, subscribe now.