fbpx
BSKY SKY
BSKY SKY

ପେଟ୍ରୋଲ, ଡିଜେଲ, ସିଏନଜି ମୂଲ୍ୟ ବୃଦ୍ଧିକୁ ବିରୋଧ: ସୋମବାର ଧର୍ମଘଟ କରିବେ ଡ୍ରାଇଭର ସଂଗଠନ

BSKY

ବଢୁଥିବା ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ସାଧାରଣରେ ଅସନ୍ତୋଶ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଦିଲ୍ଲୀ ଅଟୋ ରିକ୍ସା ସଂଗଠନ ଭଡ଼ା ହାର ବୃଦ୍ଧି ଏବଂ ସିଏନଜି ଦର ହ୍ରାସ ଦାବି କରି ସୋମବାର ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି । ତେବେ ଅନେକ ସଂଗଠନ କେବଳ ଗୋଟିଏ ଦିନ ଧର୍ମଘଟ କରିବେ ବୋଲି କହୁଥିବା ବେଳେ ସର୍ବୋଦୟ ଡ୍ରାଇଭର ଆସୋସିଏସନର ଡ୍ରାଇଭର କ୍ୟାବ୍ ସଂସ୍ଥା ପାଇଁ ଗାଡ଼ି ଚଳାଉଛନ୍ତି, ସେମାନେ କହିଛନ୍ତି ଯେ ଏହି ଧର୍ମଘଟ ଅନିର୍ଦ୍ଧିଷ୍ଠ କାଳ ଯାଏଁ ଚାଲିବ ।

ଏକ କମିଟି ଗଠନ କରି ଭଡ଼ା ହାର ବୃଦ୍ଧି କରିବା ବିଷୟରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର କହିବା ପରେ ମଧ୍ୟ ଅଟୋ ଆସୋସିଏସନ ସେମାନଙ୍କ ଧର୍ମଘଟ ନିଷ୍ପତିରେ କାଏମ ରହିଛନ୍ତି । ସରକାର ଆମର ଦାବି ବିଷୟରେ କୌଣସି ନିଷ୍ପତି ନେଉ ନଥିବାରୁ ଆମେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ନିଷ୍ପତି ନେଇଛୁ ବୋଲି ସର୍ବୋଦୟ ଡ୍ରାଇଭର ଆସୋସିଏସନର ସଭାପତି କମଲଜୀତ ଗିଲ୍ କହିଛନ୍ତି ।

ସେହିପରି ଦିଲ୍ଲୀ ଅଟୋରିକ୍ସ ସଂଗନର ସାଧାରଣ ସମ୍ପାଦକ ରାଜେନ୍ଦ୍ର ସୋନି କହିଛନ୍ତି ଯେ ସିଏନଜିର ଅହେତୁକ ଦର ବୃଦ୍ଧି ପାଇ ଚାଲିଛି । ଯାହା ଅଟୋ ଏବଂ କ୍ୟାବ୍ ଚାଳକଙ୍କ ପକେଟକୁ ଖାଲି କରି ଦେଉଛି । ଏହା ସହିତ ସେ କହିଛଜନ୍ତି ଯେ ଆମେ ଜାଣିଛୁ କି, ଦିଲ୍ଲୀ ସରିକାର ଏକ କମିଟି ଗଠନ କରି ଆମର ସମସ୍ୟାର ସମାଧାନ ଖୋଜୁଛନ୍ତି, କିନ୍ତୁ ଯାହା ଆମର ସମସ୍ୟା ରହିଛି ତାକୁ ସରକାର ପାସୋରି ଯାଉଛନ୍ତି । ଆମେ ଦାବି କରିଛୁ ଯେ ସରକାର ସିଏନଜି କେଜି ପ୍ରତି ୩୫ ଟଙ୍କା ରିହାତି ପ୍ରଦାନ କରନ୍ତୁ ।

ଏହା ପୁର୍ବରୁ ନିକଟରେ ଶତାଧିକ ଅଟୋ, କ୍ୟାବ୍ ଚାଳକ ଦିଲ୍ଲୀ ସଚିବାଳୟ ଆଗରେ ଧାରଣାରେ ବସିଥିଲେ । ବଢୁଥିବା ସିଏନଜି ଦରରେ ଆମେ ନୀତିଦିନ କ୍ଷତିରେ ଅଟୋ, କ୍ୟାବ୍ ଚଳଅଇ ପାରିବୁ ନାହିଁ ବୋଲି ସେ କହିଛନ୍ତି । ଦୈନିକ ୯୦ ହଜାର ଅଟୋ ଏବଂ ୮୦ ହଜାର ପଞ୍ଜିକୃତ ଟ୍ୟାକ୍ସି ଦିଲ୍ଲୀରେ ଲୋକଙ୍କୁ ସେବା ଯୋଗାଉଛନ୍ତି । ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଷ୍ଟେସନରୁ ସହରର ଆଭ୍ୟନ୍ତରୀଣ ସ୍ଥାନ ପର୍ଯ୍ୟନ୍ତ ଚାଲୁଥିବା ଶେଷ ମାଇଲ ସଂଯୋଗରେ ଅଟୋ ଏବଂ ଟ୍ୟାକ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

 

Get real time updates directly on you device, subscribe now.