fbpx

ଟଲମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକରେ ବାଇକ ରାଲି

ଭୁବନେଶ୍ବର,୧୭/୪ : ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡ଼ିଶା ଶାଖା ପକ୍ଷରୁ ପ୍ରବାଦ ପୁରୁଷ, ଟଲମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବାଇକ ଶୋଭାଯାତ୍ରା ଓ ଶାଖା କାର୍ୟ୍ୟାଳୟ ଉଦଘାଟିତ ହୋଇଯାଇଛି।

ରାଜ୍ୟ ସଭାପତି ସରୋଜ ତରାସିଆଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ମୁଖପାତ୍ର ସୁଲତା ଦେଓ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭିକତା, ସାହସୀକତା ଓ ଓଡ଼ିଶା ପ୍ରତି ଏବଂ ଓଡିଆ ମାନଙ୍କ ପାଇଁ ଥିବା ବ୍ୟାକୁଳତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମରେନ୍ଦ୍ର ସାହୁ,ପରିଚାଳନା ସଭାପତି ନରେଶ ପାତ୍ର ଯୋଗଦେଇଥିଲେ।

ଅତିଥି ମାନଙ୍କ ଦ୍ବାରା ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡିଶା କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଉଦଘାଟିତ ହୋଇଥିଲା। ଏହାପରେ ବାଇକ ଶୋଭାଯାତ୍ରା ବାହାରି ଜୟଦେବ ବିହାର, ରସୁଲଗଡ, ହାଇଟେକ୍ ଫ୍ଲାଏ ଓଭର ହୋଇ ପୁରୀ ଅଭିମୁଖେ ଯାତ୍ରା କରି କୋଣାର୍କ ଠାରେ ପହଞ୍ଚି ଥିଲେ। ସେଠାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ଓଡିଶା ଶାଖାର ସମ୍ପାଦକ ପ୍ରବୀଣ କୁମାର ଷଣ୍ଢ, ଉପସଭାପତି ଏସ୍ ସୋଭାରାଣୀ , ଅର୍ଥନୈତିକ ଅଧିକାରୀ ଅଜୟ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ସଭାପତି ସମ୍ପାଦକ ଓ ଜୟ ଜଗନ୍ନାଥ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲାବେଳେ ବାଇକର ଡ, ନିହାର ରଞ୍ଜନ ଶତପଥୀ, ବିଶ୍ବଜିତ ପଟ୍ଟନାୟକ,ଦେବପ୍ରିୟ ପାତ୍ର,ଭିକି ସେଟ,ସୁଜିତ ପଟ୍ଟନାୟକ, ଦେବଦତ୍ତ ସାହୁଙ୍କ ସହ ୧୦୦ ବାଇକର ଯୋଗଦେଇଥିଲେ।

Get real time updates directly on you device, subscribe now.