fbpx

ଗୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ: ୪୩.୨ଂ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର, ୧୨ ସହରର ତାପମାତ୍ରା ୪୦ଂ ଉପରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ରାଜ୍ୟବାସୀ । ଏପରି ପରସ୍ଥିତି ହୋଇଛି ଯେ ଦିନରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ତେବେ ରବିବାର ରାଜ୍ୟର ରାଜ୍ୟର ୧୨ ଟି ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହିଥିବାବେଳେ । ୪୩.୨ଂ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ଭାବରେ ରହିଛି ।

ସେହିପରି ଅନୁଗୁଳ ୪୩.୧ଂ, ଝାରସୁଗୁଡ଼ା ୪୨.୯, ବଲାଙ୍ଗୀର ୪୨.୪, ବୌଦ୍ଧ ୪୨ଂ,ଭବାନୀପାଟଣା ୪୦.୬, ସମ୍ବଲପୁର ୪୦.୮, ବାରିପଦା ୪୦ଂ, ଟିଟିଲାଗଡ଼ ୪୦.୫ଂ, ହୀରାକୁଦ ୪୦.୩, ଛତ୍ରପୁର ୪୦ଂ, ପାରଳାଖେମୁଣ୍ଡିରେ ୪୧ଂ ତାପମାତ୍ରା ରହିଛି । ଭୁବନେଶ୍ୱରରେ ୩୮.୬ଂ ଏବଂ କଟକରେ ୩୮.୧ଂ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.