ଆଉ ଖସି ପାରିବେନି ଦୋଷୀ, ଏଣିକି ଦୁର୍ଷ୍କକାରୀଙ୍କୁ କେମିକାଲ ପ୍ରୟୋଗ କରି ନଂପୁସକ କରାଇ ଦିଆଯିବ, ଲାଗୁହେଲା ନୂଆ ନିୟମ
ନୂଆଦିଲ୍ଲୀ: ରେପକୁ ନେଇ ବିଭିନ୍ନ ଦେଶରେ ଅଲଗା ଅଲଗା ଦଣ୍ଡବିଧାନ ନିୟମ ରହିଛି । ତେବେ ଯେତେ ନିୟମ କାନୁନ ପ୍ରଣୟନ ହେଲେ ମଧ୍ୟ ଏହି ସାମାଜିକ ବ୍ୟାଧିର ଅନ୍ତ ଘଟୁନାହିଁ । ଏଣିକି ଦୁଷ୍କର୍ମକାରୀ ଆଉ ଖସି ଯାଇପାରିବେ ନାହିଁ । ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କୁ ନଂପୁସକ କରାଇ ଦିଆଯିବ । ନିକଟରେ ପେରୁ ରାଷ୍ଟ୍ରପତି ପେଡ୍ରୋ କ୍ୟାଷ୍ଟିଲୋ ଏପରି ଏକ ପ୍ରସ୍ତାବ ଆଗତ କରିଛନ୍ତି ।
ଏକ ୩ ବର୍ଷୀୟା ଶିଶୁର ଦୁଷ୍କର୍ମକୁ ନେଇ ଚିନ୍ତାବ୍ୟକ୍ତ କରି ପେଡ୍ରୋ କହିଛନ୍ତି ଯେ, ବଳାକ୍ରାରୀଙ୍କୁ ନଂପୁସକ କରିବା ପାଇଁ କେମିକାଲର ପ୍ରୟୋଗ କରାଯିବ । ଆଗାମୀ ଦିନମାନଙ୍କରେ ଏହି ପ୍ରସ୍ତାବକୁ ଔପଚାରିକ ରୂପ ଦିଆଯିବ ଓ କଂଗ୍ରେସର ସମର୍ଥନ ପରେ ଏହାକୁ ପାସ୍ କରିବାକୁ ପଠାଯିବ । ଗତ ୧୯୯୦ ମସିହାରୁ ଏହି ପ୍ରସ୍ତାବ ଉପରେ ଦେଶରେ ବିଚାର ପ୍ରକ୍ରିୟା ଚାଲିଛି । ମାତ୍ର ସାମ୍ବିଧାନିକ ମୁଦ୍ଦା ଓ ଅନ୍ୟ କାରଣ ପାଇଁ ତାହା ମଞ୍ଜୁରୀ ଲାଭ କରିପାରି ନଥିଲା ।
ବର୍ତ୍ତମାନ ପେରୁରେ ବଳାକ୍ରାରୀଙ୍କୁ ଅନୁଚ୍ଛେଦ ୧୭୩ ଆଧାରରେ ଆଜୀବନ କାରାଦଣ୍ଡ ଦିଆଯାଉଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ କେମିକାଲ ପ୍ରୟୋଗ କରି ନଂପୁସକ କରାଇବା ପ୍ରସ୍ତାବକୁ ପେରୁର ମହିଳା କଂଗ୍ରେସ ଓ ମହିଳା କଂଗ୍ରେସ ଆୟୋଗର ଅଧ୍ୟକ୍ଷ ସମର୍ଥନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ନିୟମ ଲାଗୁ କରିବାରେ ପେରୁ ପ୍ରଥମ ଦେଶ ନୁହେଁ । ପୂର୍ବରୁ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ ଗଣରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାର କିଛି ରାଜ୍ୟରେ ଏହି କଠୋର ଦଣ୍ଡ ନିୟମ କାର୍ଯ୍ୟକାରୀ କରାଯାଇଛି ।