fbpx

‘CM ସାହେବ ମେଁ ଜଷ୍ଟିସ୍ ବୋଲ ରହା ହୁଁ, ହସ୍ପିଟାଲ କୋ ତୁରନ୍ତ ବନ୍ଦ କର ଦିଜିୟେ….’ CMOକୁ ଫୋନ କରି ଏପରି କହିଲେ ଜଜ୍!

ନୂଆଦିଲ୍ଲୀ: ଆଜିକାଲି ଫେକ୍ କଲ୍ କରି ଅନେକ ଲୋକଙ୍କୁ ହଇରାଣ ହରକତ କରାଯିବା ସହ ସେମାନଙ୍କ ଠାରୁ ହଜାର ହଜାର ଟଙ୍କା ହଡ଼ପ କରାଯାଉଛି । ତେବେ ସେଲିବ୍ରେଟୀ, ରାଜନେତାଙ୍କ ପରି ବଡ଼ ବଡ଼ ଲୋକମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି । ଠକମାନେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଅନେକ ମଧ୍ୟରେ ମିଛ ଧମକ ଦେଇଥାନ୍ତି । ନିକଟରେ ଉତ୍ତରପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି ।

ସୂଚନା ମୁତାବକ, ଲକ୍ଷେ୍ନøର ୱଜିର ଗଞ୍ଜ ଥାନା ଅଧୀନସ୍ଥ ସିଏମଓ ଦପ୍ତରକୁ ଜଣେ ଯୁବକ ଏକ ମୋବାଇଲରୁ ଫୋନ୍ କରିଥିଲା । ସେ ନିଜକୁ ଜଷ୍ଟିସ୍ ସିହ୍ନା ବୋଲି ପରିଚୟ ଦେଇ ଶହୀଦ ମାର୍ଗରେ ଥିବା ଏଶିୟା ହସ୍ପିଟାଲକୁ ବନ୍ଦ କରିବାକୁ କହିଥିଲା । ଯୁବକଟି କହିଥିଲା, ‘ସିଏମ ସାହେବ, ମେଁ ଜଷ୍ଟିସ ବୋଲ ରହା ହୁଁ । ମେରେ ଦ୍ୱାରା ଶହୀଦ ପଥ ପର ସ୍ଥିତ ଏଶିୟା ହସ୍ପିଟାଲକୁ କୋ ବନ୍ଦ କରନେ କା ଆଦେଶ ଦିୟା ଗୟା ହେ, ଜିସକା ମେଲ ଜିଲ୍ଲାଧିକାରୀ ଔର ଆପକୋ କର ଦିୟା ଗୟା ହେ ।’

ତେବେ ସନ୍ଦେହ ହେବାରୁ ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ମାମଲାର ଖୋଳତାଡ଼ କରିଥିଲେ । ସିଏମଓ ପକ୍ଷରୁ ଲକ୍ଷେ୍ନø କୋର୍ଟ ରେଜିଷ୍ଟରଙ୍କ ସହ ସମ୍ପର୍କ କରାଯିବା ପରେ ତାହା ଏକ ଫେକ୍ କଲ୍ ଥିଲା ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ପୋଲିସରେ ମାମଲା ଦାୟର ହେବା ସହ ଯାଞ୍ଚ ଘଟଣାର ଆରମ୍ଭ କରାଯାଇଥିଲା । ମାମଲାର ତଦନ୍ତରେ ସାଇବର ସେଲର ସହାୟତା ନିଆଯାଇ ଫେକ୍ କଲ କରିଥିବା ଯୁବକର ତଲାଶ କରାଯାଉଥିବା ଡେପୁଟି ପୋଲିସ କମିଶନର କହିଛନ୍ତି ।

Get real time updates directly on you device, subscribe now.