fbpx

କୋଲ୍ଡ ଡ୍ରିଙ୍କ୍ ପିଉଥିଲେ ଅବଶ୍ୟ ପଢ଼ନ୍ତୁ ଏହି ଖବର, ଯାହାକୁ ଜାଣି ପାଦତଳୁ ଖସିଯିବ ମାଟି

ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜ ଜିଲ୍ଲାରୁ ସୋମବାର ଦିନ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଜିଲ୍ଲାର ଶୋର୍ ରେଳଷ୍ଟେସନରୁ ଆସିଛି, ଯେଉଁଠାରେ ଚେନ୍ନାଇରୁ କାମ ସାରି ଫେରିଥିବା ୨ ଯୁବକ ଷ୍ଟେସନରେ ପହଞ୍ଚିଥିଲେ ଓ କୋଲ୍ଡ ଡ୍ରିଙ୍କ ପିଇବା ପରେ ସେମାନଙ୍କର ରକ୍ତବାନ୍ତି ହୋଇଥିଲା । ଏପରି ପରିସ୍ଥିତିରେ ଉଭୟ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

ଅନ୍ୟପଟେ କୋଲ୍ଡ ଡ୍ରିଙ୍କ ବିକ୍ରି କରୁଥିବା ଦୋକାନୀକୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ସିଧୱଲିଆ ପୋଲିସ । କୁହାଯାଉଛି ଯେ, କରୌଲୀ ଥାନା ଅଞ୍ଚଳରେ ପାଚରୁଖିଆ ଗାଁରେ ରହୁଥିବା ଶୈଳେନ୍ଦ୍ର କୁମାର ମହତୋ ଓ ରମେଶ ମହତୋ ଚେନ୍ନାଇରେ କାମ କରନ୍ତି । ସୋମବାର ଦିନ ଟ୍ରେନରେ ଘରକୁ ଫେରୁଥିବା ସମୟରେ ଦୁହେଁ ଶୋର ରେଲୱେ ଷ୍ଟେସନରେ ଓହ୍ଲାଇଥିଲେ ଓ ଗରମରୁ ବର୍ତ୍ତିବା ପାଇଁ ପାଖରେ ଥିବା ଦୋକାନରୁ କୋଲ୍ଡ ଡ୍ରିଙ୍କ ପିଇଥିଲେ । କିନ୍ତୁ କୋଲ୍ଡ ଡ୍ରିଙ୍କ ପିଇବା ପରେ ସେମାନଙ୍କ ଅବସ୍ଥା ବିଗିଡ଼ିଯାଇଥିଲା । ଆଖପାଖର ଲୋକେ ତୁରନ୍ତ ପୋଲିସକୁ ଖବର ଦେବା ସହ ଉଭୟଙ୍କୁ ମେଡିକାଲ ନେଇଥିଲେ ।

ମେଡିକାଲଷର ପହଞ୍ଚିବା ପରେ ବି ଉଭୟ ଯୁବକ ରକ୍ତବାନ୍ତି କରିଥିଲେ । ଜରୁରୀକାଳୀନ ଡାକ୍ତର ଡ. ରାମାକାନ୍ତ ସିଂ କହିଛନ୍ତି ଯେ, କୋଲ୍ଡ ଡ୍ରିଙ୍କ ଅଧିକ ପୁରୁଣା ବା ସୂର୍ଯ୍ୟକିରଣ କାରଣରୁ ଖରାପ ହେବା ଯୋଗୁଁ ଫୁସଫୁସକୁ ସଂକ୍ରମଣ କରିପାରେ । ଚିକିତ୍ସା ପରେ ଉଭୟ ଯୁବକଙ୍କ ଅବସ୍ଥା ସୁଧୁରୁଛି । ଅନ୍ୟପଟେ ପୋଲିସ ଛାନଭିନ୍ ଜାରି ରଖିଛି । ଦୋକାନୀକୁ ପଚରାଉଚରା କରାଯାଉଥିବା ବେଳେ ଉଭୟ ଯୁବକ ପିଇଥିବା କୋଲ୍ଡ ଡ୍ରିଙ୍କକୁ ଜବତ କରି ଲ୍ୟାବକୁ ପଠାଯାଇଛି ।

Get real time updates directly on you device, subscribe now.