ବିବାହ ଲୋକଙ୍କର ଅନେକ ସ୍ୱପ୍ନ ସହିତ ଆସିଥାଏ । ହୃଦୟର ଅନେକ ସ୍ୱପ୍ନ ମଧ୍ୟ ପୁରଣ ହୋଇଥାଏ । ଲୋକେ ଏହି ଦିନକୁ ବହୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । କେବଳ ବର ଏବଂ କନ୍ୟା ନୁହନ୍ତି ପରିବାର ଲୋକେ ମଧ୍ୟ ଏହି ଦିନକୁ ନେଇ ବହୁତ୍ ଉତ୍ସାହିତ ରହିଥାନ୍ତି । କିନ୍ତୁ କେବେ ଏପରି ହୁଏ, ଯେ ବିବାହ କରିବାକୁ ଥିବା ପୁଅର ସହିତ ବିବାହ ନକରିବା ପାଇଁ ଝିଅ ତାର ଗଳାକାଟି ହତ୍ୟାଚରିବାକୁ ଚିନ୍ତା କରେ ।
ଆଜ୍ଞା ହଁ, ଆପଣ ପ୍ରାୟ ଏ ପ୍ରକାରର ଖବର ପୁର୍ବରୁ ଶୁଣି ନଥିବେ, କିନ୍ତୁ ଆନ୍ଧ୍ରପ୍ରଦେଶରୁ ଆସିଥିବା ଖବର ମୁତାବକ ସବୁକିଛି ଠିକ ହେବା ପରେ କନ୍ୟା ଜଣକ ତାଙ୍କର ଭାବି ସ୍ୱାମୀଙ୍କୁ ଏକ ସିକ୍ରେଟ୍ ଡେଟରେ ଡାକି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ନାମ ରାମୁ ନାଇଡୁ, ସେ ପେଶରେ ଜଣେ ସାଇଣ୍ଟିଷ୍ଟ୍ ଅଟନ୍ତି । ତେବେ ବର୍ତ୍ତମାନ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଶାଖାପାଟ୍ଟନମ ଅଞ୍ଚଳର ଏହି ଘଟଣା ।
ପୋଲିସ ଦେଇଥିବା ସୂଚନା ମୁତାବକ ରାମୁ ପୁସ୍ପା ନାମକ ଝିଅ ସହିତ ଆଗାମୀ ମାସରେ ବିବାହ କରିଥାନ୍ତେ । ଝିଅଟି ରାମୁଙ୍କୁ ପାହାଡ଼ ନିକଟରେ ଥିବା ଏକ ମନ୍ଦିରକୁ ଡକାଇଥିଲେ । ଏହି ବିଷୟରେ ଯେତେବେଳେ ଯୁବକ ଜଣକ ତାଙ୍କୁ ପଚାରିଥିଲେ, ସେ ତାଙ୍କୁ କିଛି ସପ୍ରାଇଜ ଦେବେ ବୋଲି କହିଥିଲେ । ଏହିଘଟଣା ପୁର୍ବରୁ ପୁସ୍ପା ତିନୋଟି ଚାଖୁ କିଣିଥିଲେ । ଯୁବକ ଜଣକ ମନ୍ଦିର ନିକଟକୁ ଆସିବା ପରେ କିଛି ସମୟ ଉଭୟେ କଥାବାର୍ତ୍ତା କରିଥିଲେ । ଏହା ପରେ ପୁସ୍ପା ରାମୁର ବେକରେ ବ୍ଲେଡ୍ ମାରି ଦେଇଥିଲେ । ଏଥିରେ ଯୁବକ ଜଣକ ଗମ୍ଭିର ଭାବରେ ଆହତ ହୋଇଥିଲେ ।
ତେବେ ଯୁବତୀ ଜଣଙ୍କର ପୁର୍ବରୁ କୌଣସି ଅପରାଧିକ ମାମଲା ନଥିଲା, କିନ୍ତୁ ସେ ରାମୁଙ୍କ ସହିତ ବିବାହ କରିବାକୁ ଚାହୁଁ ନଥିଲେ । ଏଥି ପାଇଁ ସେ ରାମୁକୁ ଡାକି ତାର ଗଳା କାଟି ଦେଇଥିଲା । ଏହା ପରେ ସେ ଏକ ଭିଡିଓ ରେକର୍ଡ କରିଥିଲା । ଯେଉଁଥିରେ ଯୁବକ ଜଣକ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା । ଯୁବତୀ ଜଣକ ନିଜ ପିତାଙ୍କୁ ଏହି ବିବାହ ନକରିବାକୁ କହିଥିଲେ, କିନ୍ତୁ ସେ ଏଥିରେ ରାଜି ନହେବାରୁ ଯୁବତୀ ଏହି ପଦକ୍ଷେପ ନେଇଥିଲେ ।