fbpx

ପିଏମ୍ କିଷାନର ୧୧ତମ କିସ୍ତିକୁ ନେଇ ଆସିଲା ବଡ଼ ଖବର: ଷ୍ଟାଟସରେ ଏହି ମେସେଜ୍ ଦେଖିଲ ଟଙ୍କା ମିଳିବା ସୁନିଶ୍ଚିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଏହି ଯୋଜନାରେ ୧୨ କୋଟିରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏକାଦଶ କିସ୍ତିର ଟଙ୍କା ଏପ୍ରିଲରୁ ଜୁଲାଇ ମଧ୍ୟରେ ରିଲିଜ୍ ହେବ । ଏହାର ଲଗାତାର ପ୍ରକ୍ରିୟା ଚାଲିଛି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରତିବର୍ଷ ୬୦୦୦ ଟଙ୍କା କେନ୍ଦ୍ର ସରକାରଙ୍କ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ । ଏହି ରାଶି ୨୦୦୦-୨୦୦୦ ର ତିନୋଟି କିସ୍ତିରେ ପଠାଯାଏ । ପାଞ୍ଚଟି ରାଜ୍ୟର ନିର୍ବାଚନ ପୂର୍ବରୁ ସରକାର ଦଶମ କିସ୍ତି ପଠାଇଥିଲେ । କିନ୍ତୁ ଏକାଦଶ କିସ୍ତି ପାଇଁ ଇ- କେୟାଇସି କରିବା ଆବଶ୍ୟକ । ଏପରି ନକରିବା ଦ୍ୱାରା କିସ୍ତି ଟଙ୍କା ଅଟକି ଯାଇପାରେ । ଇ-କେୱାଇସି କରିବା ପାଇଁ ଶେଷ ତାରିଖ ହେଉଛି ୩୧ ମେ ।

ତେବେ କେନ୍ଦ୍ରର ଏହି ଯୋଜନାରେ ରାଜ୍ୟଗୁଡ଼ିକର ଅନୁମୋଦନ ମଧ୍ୟ ଆବଶ୍ୟକ । ଏକାଦଶ କିସ୍ତି ପାଇଁ କେତେକ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଅନୁମୋଦନ ଦେଇନାହାଁନ୍ତି । ପୋର୍ଟାଲରେ ଷ୍ଟାଟସ୍ ଚେକ୍ କରିବା ବେଳେ ଯଦି Waiting For Approval By State ଲେଖୁଛି, ତେବେ ଆପଣଙ୍କ କିସ୍ତିକୁ ରାଜ୍ୟ ସରକାର ଅନୁମତି ଦେଇନାହାନ୍ତି ।

ଯଦି ଷ୍ଟାଟସ୍ ଚେକ କଲେ RFT ଅର୍ଥାତ୍ Request For Transfer ଲେଖୁଛିି, ତେବେ ଏହାର ଅର୍ଥ ହେଉଛି ଯେ ହିତାଧିକାରୀଙ୍କ ତଥ୍ୟ ରାଜ୍ୟ ଦ୍ୱାରା ଯାଞ୍ଚ କରାଯାଇଛି ଏବଂ ହିତାଧିକାରୀଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ପଠାଇବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଯଦି FTO is Generated and Payment Confirmation is Pending ଲେଖୁଛି, ତେବେ ଏହାର ଅର୍ଥ ହେଉଛି ଟଙ୍କା ଟ୍ରାନ୍ସଫରର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିଛି ଦିନରେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଯିବ ।

Get real time updates directly on you device, subscribe now.