fbpx

ଆଜି ପୁଣି କନିଆ ହେବେ IAS ଟିନା ଡାବି: ଏପରି ହୋଇଥିଲା ପ୍ରଦୀପ ଗୱାଣ୍ଡେଙ୍କ ସହ ଭେଟ

ନୂଆଦିଲ୍ଲୀ: ୟୁପିଏସସି ଟପ୍ପର ଟିନା ଡାବି ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଆଇଏଏସ୍ ଟିନା ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ଟିନା ଡାବି ହେଉଛନ୍ତି ୨୦୧୬ ର ୟୁପିଏସସି ଟପ୍ପର । ୨୦୧୮ ମସିହାରେ ସେ ଅତହର ଆମୀର ଖାନଙ୍କୁ ବିବାହ କରିଥିଲେ । ଅବଶ୍ୟ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ ଓ ୨୦୨୦ ମସିହାରେ ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ନେଇଥିଲେ ।

ଅନ୍ୟପଟେ ଟିନା ଓ ପ୍ରଦୀପଙ୍କ ମଧ୍ୟରେ ବୟସର ବଡ଼ ଅନ୍ତର ରହିଛି । ଟିନା ପ୍ରଦୀପଙ୍କଠାରୁ ୧୩ ବର୍ଷ ସାନ । ଟିନାଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବାବେଳେ ପ୍ରଦୀପ ପ୍ରଥମ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଟିନା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, କୋରୋନାର ଦ୍ୱିତୀୟ ଲହର ସମୟରେ ମେ ୨୦୨୧ରେ ସେ ଏବଂ ପ୍ରଦୀପ ସ୍ୱାସ୍ଥ୍ୟ ବିଭାଗରେ ଏକାଠି ଥିଲେ । ସେହି ସମୟରେ ସେମାନଙ୍କର ସାକ୍ଷାତ ହୋଇଥିଲା । ପ୍ରଥମେ ଦୁହେଁ ପରସ୍ପରର ପରିବାର ବିଷୟରେ ଜାଣିବାକୁ ପାଇଲେ । ଏସବୁ ଏକ ବର୍ଷ ପର୍ଯ୍ୟନ୍ତ ଚାଲିଲା । ଏହା ପରେ ସେମାନେ ବିବାହ କରିବାକୁ ସ୍ଥିର କଲେ । କିଛି ମାସ ବନ୍ଧୁ ଭାବରେ ରହିବା ପରେ ପ୍ରଦୀପ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

ପ୍ରଦୀପ ଏବଂ ଟିନା ଆଜି ବିବାହ କରୁଛନ୍ତି । ଏହା ପରେ ୨୨ ଏପ୍ରିଲରେ ଏକ ବିଶାଳ ରିସେପ୍ସନ୍ ହେବ । ଏହି କାର୍ଯ୍ୟକ୍ରମ ଜୟପୁରର ହୋଟେଲ ହଲିଡେ ଇନଠାରେ ହେବ ବୋଲି ସୂଚନା ମିଳିଛି । ବିବାହରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେବା ନେଇ ସୂଚନା ମିଳିଛି । ଏହାଛଡା ବହୁ ବରିଷ୍ଠ ଅଧିକାରୀ ଏହା ବିବାହରେ ଯୋଗ ଦେବେ । ଟିନା ଓ ପ୍ରଦୀପଙ୍କ ବିବାହକୁ ହାଇପ୍ରୋଫାଇଲ ମ୍ୟାରେଜ ମଧ୍ୟ କୁହାଯାଉଛି । ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ ପ୍ରଦୀପ ଗୱାଣ୍ଡେ ପ୍ରତ୍ନତତ୍ତ୍ବ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି । ଟିନା ରାଜସ୍ଥାନ ସରକାରଙ୍କ ଏକ ବିଭାଗର ସଚିବ ଅଛନ୍ତି ।

Get real time updates directly on you device, subscribe now.