fbpx

ମୋବାଇଲ କିଣିଲେ ମାଗଣାରେ ମିଳୁଛି ୧ ଲିଟର ପେଟ୍ରୋଲ ଓ ୨ଟି ଲେମ୍ବୁ, ଦୋକାନୀଙ୍କ ଅଜବ ଅଫର୍

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରାହକଙ୍କ ଉପରେ ଚାଲିଛି ମହଙ୍ଗା ମାଡ଼ । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି କ୍ଷୀର, ଲେମ୍ବୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଗକୁ ଆହୁରି ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢ଼ିବାର ସମ୍ଭାବନା ରହିଛି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶର ଜଣେ ଦୋକାନୀ ଏକ ଅଜବ ପ୍ରକାରର ଅଫର ଘୋଷଣା କରିଛନ୍ତି ।

ବାରାଣାସୀର ଜଣେ ଦୋକାନୀଙ୍କ ମୁତାବକ, ଯଦି ଆପଣ ୧୦ ହଜାର ମୂଲ୍ୟ ବିଶିଷ୍ଟ ଏକ ମୋବାଇଲ କିଣୁଛନ୍ତି, ତେବେ ଆପଣଙ୍କୁ ୧ ଲିଟର ପେଟ୍ରୋଲ ମାଗଣାରେ ଦିଆଯିବ । ଏଥିସହିତ ୧୦୦ ଟଙ୍କାରୁ ଅଧିକ ମୂଲ୍ୟ ବିଶିଷ୍ଟ କୌଣସି ଆସେସିରିଜ୍ କିଣିଲେ ୨ଟି ଲେମ୍ବୁ ମାଗଣାରେ ଦିଆଯିବ । ଦୋକାନୀଙ୍କ ଏହି ଅଫରକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।

ଏହାପୂର୍ବରୁ ଲେମ୍ବୁର ଦାମ୍ କମ୍ କରିବା ଉଦ୍ଦେଶ୍ୟରେ ବାରାଣାସୀରେ ତନ୍ତ୍ରପୂଜା କରାଯାଇଥିଲା । ଦିଗର ଅଞ୍ଚଳରେ ଭଗତ ସିଂହ ୟୁଥ ବ୍ରିଗେଡ ପକ୍ଷରୁ ଆଦିଶକ୍ତି ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଲେମ୍ବୁର ବଳି ଚଢ଼ା ଯାଇଥିଲା । ଏହି ତନ୍ତ୍ରପୂଜା ଦ୍ୱାରା ଦୁଇ ତିନି ମଧ୍ୟରେ ଲେମ୍ବର ଦର ହ୍ରାସ ପାଇବ ବୋଲି ମନ୍ଦିରର ପୂଜାରି କହିଥିଲେ ।

ଏନେଇ ଭଗତ ସିଂହ ୟୁଥ ବ୍ରିଗେଡର ଅଧ୍ୟକ୍ଷ କହିଛନ୍ତି ଯେ, ଯେତେବେଳେ ସରକାରୀ ନୀତି ଫେଲ୍ ହୋଇଯାଏ, ସେତେବେଳେ ଜନତା ନିରାଶ ହୋଇ ମାତାଙ୍କ ଶରଣାପନ୍ନ ହୋଇଥାନ୍ତି । ବର୍ତ୍ତମାନ ବଜାରରେ ଗୋଟିଏ ଲେମ୍ବୁ ୧୫ ଟଙ୍କାରେ ବିକ୍ରି ହେଉଛି । ଏପରି ସ୍ଥିତିରେ ସରକାର କିଛି କରିବା ପରିସ୍ଥିତିରେ ନାହାନ୍ତି, ତେଣୁ ମାଆ ଭଗବତୀ ହିଁ ଏକମାତ୍ର ଭରସା ।

Get real time updates directly on you device, subscribe now.