fbpx
BJD SKY
BJD SKY

ଭୁବନେଶ୍ୱରରେ ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍, କଡ଼ାକଡ଼ି ଚାଲିଛି ଚେକିଂ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍କୁଲ ଯାନବାହନର କଡ଼ାକଡ଼ି ଚେକିଂ ଚାଲିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ସ୍କୁଲ ବସ୍ ଉପରେ ଲାଗିଛି ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଯାତ୍ରାବେଳେ ସିଜ୍ କରିଛନ୍ତି ଏମଭିଆଇ । ଡମଣା ଛକରୁ ସିଜ୍ ହୋଇଛି ଏହି ସ୍କୁଲ ବସ୍ । ପରମିଟ, ଇନସୁରାନ୍ସ, ପଲ୍ୟୁସନ୍, ରେଜିଷ୍ଟ୍ରେସନ୍ ନଥିବାରୁ ଚାଲାଣ କଟିଛି ।

ଏହା ପୂର୍ବରୁ ଗତକାଲି କୋରାପୁଟ ସେମିଳିଗୁଡା ନେତାଜୀ ଇଂଲିଶ ମିଡିୟମ୍‌ ସ୍କୁଲ୍ ବସ୍‌ ଉପରେ ଲାଗିଥିଲା ୪ଲକ୍ଷ ଟଙ୍କାର ଫାଇନ । ଟିକସ, ପର୍ମିଟ୍ ଓ ଫିଟନେସ ନଥିବାରୁ ଫାଇନ କଟିଥିଲା କୋରାପୁଟ RTO।

ତେବେ ରାଜ୍ୟରେ କାଲିଠାରୁ ସ୍କୁଲ ଯାନବାହନ କଡ଼ାକଡ଼ି ଚେକିଂ ଚାଲିଛି । ପିଲାଙ୍କୁ ସ୍କୁଲ ଅପ-ଡାଉନ୍ କରୁଥିବା ଗାଡ଼ିର ହେଉଛି ଫିଟ୍‌ନେସ୍ ଟେଷ୍ଟ୍। ୨୭ତାରିଖ ଯାଏଁ ଚାଲିବ ଏହି ସ୍ପେଶାଲ ଡ୍ରାଇଭ । ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟର ହେବ ଯାଞ୍ଚ। ଏନେଇ ପରିବହନ କମିଶନର ଅରୁଣ ବୋଥ୍ରା ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.