fbpx
BJD SKY
BJD SKY

ଲକର ନିୟମରେ ବଡ଼ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଚେକ୍ କରନ୍ତୁ ଡିଟେଲ୍ସ

BJD

ନୂଆଦିଲ୍ଲୀ : ଗ୍ରାହକମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବ୍ୟାଙ୍କ ଲକରର ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ । ଯଦି ଆପଣ କୌଣସି ବ୍ୟାଙ୍କରେ ଏକ ଲକର ଖୋଲିବାକୁ ଯୋଜନା କରୁଛନ୍ତି କିମ୍ବା କୌଣସି ବ୍ୟାଙ୍କରେ ପୂର୍ବରୁ ଏକ ଲକର ଅଛି, ତେବେ ନୂଆ ନିୟମ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବ୍ୟାଙ୍କ ଲକର ଗ୍ରାହକଙ୍କ ଲାଗତାର ଅଭିଯୋଗ ପରେ ରିଜର୍ଭ ବ୍ୟାଙ୍କ ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ନୂତନ ନିୟମ ୧ ଜାନୁଆରୀ ୨୦୨୨ ରୁ ଲାଗୁ ହୋଇଛି । ଯଦି ଆପଣ ଏପର୍ଯ୍ୟନ୍ତ ଏହି ନିୟମଗୁଡିକ ବିଷୟରେ ଜାଣି ନାହାଁନ୍ତି, ତେବେ ଆସନ୍ତୁ ଜାଣିବା…

ଚୋରି ହେଲେ ବ୍ୟାଙ୍କ ଦେବ କ୍ଷତିପୂରଣ :-
ଅନେକ ଲୋକଙ୍କ ଲକରରୁ ଚୋରି ହେଉଥିବା ଅଭିଯୋଗ ହୋଇଛି । ଏହାକୁ ରୋକିବା ପାଇଁ ବ୍ୟାଙ୍କ ଏବେ କଡ଼ା ନିୟମ ଲାଗୁ କରିଛି, ଯାହାଫଳରେ ବ୍ୟାଙ୍କର ଦାୟିତ୍ୱ ବଢ଼ିଯାଇଛି । ଯଦି ଆପଣଙ୍କ ଲକରରୁ କିଛି ବି ଚୋରି ହେବ ବା କିଛି ବି ଗଡ଼ବଡ଼ ହେବ, ତେବେ ବ୍ୟାଙ୍କ ଲକରର ଭଡ଼ାଠାରୁ ୧୦୦ ଗୁଣ କ୍ଷତିପୂରଣ ଗ୍ରାହକଙ୍କୁ ଦେବ । ଚୋରି ଦାୟୀ ନୁହେଁ ବୋଲି ଏଣିକି କହିପାରିବନି ବ୍ୟାଙ୍କ ।

ସିସିଟିଭ ଆବଶ୍ୟକ:-
ଲକର ରୁମ୍ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହେବ । ଏହା ସହ ୧୮୦ ଦିନ ପର୍ଯ୍ୟନ୍ତ ସିସିଟିଭିର ଡାଟା ରଖିବା ବି ଜରୁରୀ । ଏଥିରେ କିଛି ବି ଗଡ଼ବଡ଼ ହେଲେ ଯାଞ୍ଚବେଳେ ସାହାଯ୍ୟ ମିଳିବ । ଯଦି କୌଣସି ବ୍ୟକ୍ତି ଗଡ଼ବଡ଼ ବା ଚୋରିର ଅଭିଯୋଗ କରନ୍ତି, ତେବେ ପୋଲିସ ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ସିସିଟିଭ ଫୁଟେଜର ରେକର୍ଡ ରଖିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ଇ-ମେଲ୍ ଏବଂ ମେସେଜ୍ ଆଲର୍ଟ ପଠାଇବା ଜରୁରୀ:-
ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଥର ଗ୍ରାହକ ତାଙ୍କ ଲକରକୁ ପ୍ରବେଶ କରିବା ସମୟରେ ବ୍ୟାଙ୍କକୁ ଏସଏମଏସ ଏବଂ ଇ-ମେଲ ପଠାଇବାକୁ ପଡିବ । ଏହି ସତର୍କତା ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବ ବୋଲି ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେଇଛି ।

ଖାଲି ଲକର ବିଷୟରେ ସୂଚନା ସାର୍ବଜନୀନ କରିବାକୁ ପଡିବ :-
ରିଜର୍ଭ ବ୍ୟାଙ୍କର ପୂଆ ନିୟମ ଅନୁସାରେ, ବ୍ୟାଙ୍କ ଏବେ ଗ୍ରାହକଙ୍କୁ ଲକର ବିଷୟରେ ଅଧା-ସଂପୂର୍ଣ୍ଣ କିମ୍ବା ମିଥ୍ୟା ସୂଚନା ଦେଇପାରିବେ ନାହିଁ । ସେମାନଙ୍କୁ ଖାଲି ଲକରର ଲିଷ୍ଟ, ଲକରର ୱେଟିଂ ଲିଷ୍ଟ ଏବଂ ୱେଟିଂ ଲିଷ୍ଟର ନମ୍ବର ସାର୍ବଜନୀନ କରିବାକୁ ପଡିବ । ଏଗୁଡ଼ିକୁ ବ୍ୟାଙ୍କର ଡିସପ୍ଲେ ବୋର୍ଡରେ ରଖିବାକୁ ହେବ ।

 

Get real time updates directly on you device, subscribe now.