fbpx

ଏଡିଆର ରିପୋର୍ଟ: ୨୦୨୦-୨୧ରେ ସାତ ନିର୍ବାଚନୀ ଟ୍ରଷ୍ଟକୁ ମିଳିଛି ୨୫୮ କୋଟି

ନିର୍ବାଚନ ସଂସ୍କାର ସଂସ୍ଥା(ଏଡିଆର)ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନୀ ଟ୍ରଷ୍ଟ ଗୁଡ଼ିକୁ ବିଭିନ୍ନ କର୍ପୋରେଟ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକରୁ ୨୫୮.୪୯ କୋଟି ଟଙ୍କା ଚାନ୍ଦା ଭାବରେ ମିଳିଛି । ଏଥିରୁ ବିଜେପିକୁ ୮୨ ପ୍ରତିଶତ ଯାଇଥିବା ରିପୋର୍ଟରୁ ଜଣାପଡିଛି ।

ନିର୍ବାଚନୀ ଟ୍ରଷ୍ଟ ହେଉଛି ଏକ ଅଣ ଲାଭାକାରୀ ସଂସ୍ଥା । ଏହାରି ମାଧ୍ୟମରେ ରାଜନୈତିକ ଦଳ ଗୁଡ଼ିକ କର୍ପୋରେଟ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କଠାରୁ ଆର୍ଥୀକ ସହାୟତା ଲାଭ କରିଥାନ୍ତି । ଏହି ବ୍ୟବସ୍ଥା ଆଣିବାର ଉଦେଶ୍ୟ ହେଉଛି ଯେ, ନିର୍ବାଚନରେ ଟଙ୍କା କିପରି ଖର୍ଚ୍ଚ ହେଉଛି, ସେଥିରେ ସୁଧାର ଆଣିବା ।

ଗୁରୁବାର ଏଡିଆର ଜାରି କରିଥିବା ତାଜା ରିପୋର୍ଟ ମୁତାବକ ୨୩ରୁ ୧୬ ନିର୍ବାଚନୀ ଟ୍ରଷ୍ଟ ୨୦୨୦-୨୧ ପାଇଁ କର୍ପୋରେଟ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କଠୁ ପ୍ରାପ୍ତ କରିଥିବା ଆର୍ଥୀକ ଯୋଗଦାନ ବିଷୟରେ ନିର୍ବାଚନ କମିଶନଙ୍କୁ ସୂଚନା ଦେଇଛନ୍ତି । ଏଥିରେ ୭ ଟ୍ରଷ୍ଟକୁ କୌଣସି ଚାନ୍ଦା ମିଳି ନଥିବା ସେମାନେ କହିଛନ୍ତି ।

ତେବେ ମୋଟ ୨୫୮.୯୧ କୋଟିରୁ ବିଜେପିକୁ ୨୧୨.୦୫ କୋଟି ମିଳିଛି । ଯାହା ମୋଟ ଟଙ୍କାର ୮୨.୦୫ ପ୍ରତିଶତ ଅଟ । ଏହା ପଛକୁ ବିହାରର ଜେଡିୟୁକୁ ୨୭ କୋଟି, ଏହାବାଦ୍ କଂଗ୍ରେସ, ଏନସିପି, ସିପିଏମ, ସିପିଆଇ ଅଦି ବାକି ଦଳ ଗୁଡ଼ିକୁ ୧୯.୩୮ କୋଟି ଟଙ୍କା ମିଳିଛି ।

Get real time updates directly on you device, subscribe now.