fbpx

ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜୋରିମାନା ଲଗାଇଲେ କୋର୍ଟ

ମହାରାଷ୍ଟ୍ର ଥାଣେର ଏକ କୋର୍ଟ ରାହୁଲ ଗାନ୍ଧିଙ୍କ ଉପରେ ଦାଖଲ ହୋଇଥିବା ମାନହାନୀ ମାମଲାକୁ ସ୍ଥଗିତ କରିବା ପାଇଁ କୋର୍ଟ ରାହୁଲଙ୍କ ବିରୋଧରେ ମାମଲା ଦାଖଲ କରିଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି । ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟ୍ ଜେଭି ପାଲିୱାଲ ସ୍ଥାନୀୟ ଆରଏସଏସ କର୍ମୀ ରାଜେଶ କୁଣ୍ଟେଙ୍କୁ ଏହି ଅର୍ଥ ଦେବାକୁ କହିଛନ୍ତି ।

କୁଣ୍ଟେ ଏହି ମାମଲାକୁ ସ୍ଥଗିତ ନ କରିବାକୁ ଏକ ଅବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରି ଦେଇଥିଲେ । ଏବଂ ତାଙ୍କୁ ଉପରେ ଏକ ହଜାର ଟଙ୍କା ଜୋରିମାନା ଲାଗୁ କରିଥିଲେ । ଏହି ଅର୍ଥକୁ କୁଣ୍ଟେ ରାହୁଲ ଗାନ୍ଧିଙ୍କୁ ଦେବାକୁ କୋର୍ଟ କହିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଓକିଲ ନାରାୟଣ ଆୟର କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଯେ ଏହି ମାମଲାର ଶୁଣାଣିର ଆଗାମୀ ତାରିଖ ମେ ୧୦କୁ ଧାର୍ଯ୍ୟ କରନ୍ତୁ । ଯେଉଁଦିନ ଅଭିଯୋଗକାରୀଙ୍କୁ ପଚରାଉଚରା କରାଯାଇ ପାରିବ ।

କୁଣ୍ଟେ ୨୦୧୪ରେ ତାଣେରେ ରାହୁଲ ଗାନ୍ଧିଙ୍କ ଭାଷଣ ଦେଖିବା ପରେ ଏହି ଭାଷଣରେ ରାହୁଲ କହିଥିଲେ ଯେ ମହାତ୍ମା ଗାନ୍ଧିଙ୍କ ହତ୍ୟା ରାଷ୍ଟ୍ରୀୟ ସ୍ୱଂୟ ସେବାକ ସଂଘ ହାତରେ ହୋଇଥିଲା ବୋଲି ସେ କହିଥିଲେ । କୁଣ୍ଟେ ଦାବି କରିଥିଲେ ଯେ ଏହି ଆରୋପ ଆରଏସଏସର ପ୍ରତିଷ୍ଠାକୁ ହ୍ରାସ କରିବା ପାଇଁ ରାହୁଲ ଏପରି କହିଥିଲେ । ପରେ ୨୦୧୮ ମସିହାରେ ଥାଣେର ଏକ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

Get real time updates directly on you device, subscribe now.