IISER Admission Test-2022: ଆରମ୍ଭ ହେଲା ଅନଲାଇନ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଜର) ଆଡମିଶନ ଟେଷ୍ଟ-୨୦୨୨ ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଡିଗ୍ରୀ ଓ ଡୁଆଲ-ଡିଗ୍ରୀ ପ୍ରୋଗ୍ରାମ ଅଫର କରୁଥିବା ବିଭିନ୍ନ ଆଇଜର ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ସେଥିମଧ୍ୟରେ ରହିଛି ବ୍ରହ୍ମପୁର, ଭୋପାଳ, କୋଲକାତା, ମୋହାଲି, ପୁଣେ, ଥୁରୁଭନନ୍ଥପୁରମ ଓ ତିରୁପତି ।

ତେବେ ଆଇଜର ଆଡମିଶନ ଟେଷ୍ଟ- ୨୦୨୨ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୫ ତାରିଖରୁ ମେ ମାସ ୨୦ ତାରିଖରେ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଏହାପରେ ଆସନ୍ତା ଜୁଲାଇ ମାସ ୩ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ଏଥିପାଇଁ ଅଫିସିଆଲ ୱେବସାଇଟ http://www.iiseradmission.in କୁ ପରିଦର୍ଶନ କରିପାରିବେ ।

ଏଥିସହିତ ୱେବସାଇଟରୁ ପରୀକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ଆଡମିଶନ ରୁଲ୍ସ, ମାର୍କିଂ ସ୍କିମ, ସିଲାବସ, ପୂର୍ବବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଆଦି ବିଷୟରେ ଜାଣିପାରିବେ । ଚଳିତ ବର୍ଷ ଜଏଣ୍ଟ ଆଡମିଶନ କମିଟି ୨୦୨୨ ପକ୍ଷରୁ ମାର୍କିଂ ସ୍କିମ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡଲାଇନ୍ସ ଅନୁଯାୟୀ, ପ୍ରତ୍ୟେକ ଠିକ୍ ଉତ୍ତର ପାଇଁ ୩ ମାର୍କ ମିଳିବ, ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୭୫ ମାର୍କ କଟିଯିବ ଓ ଯେଉଁ ପ୍ରଶ୍ନର ଉତ୍ତର ଦେଇନଥିବେ ସେଥିପାଇଁ ଶୂନ ମାର୍କ ଦିଆଯିବ । ଆଇଜର ପକ୍ଷରୁ ବାୟୋଲୋଜିକାଲ ସାଇନ୍ସେସ, କେମିକାଲ ସାଇନ୍ସେସ, ଆର୍ଥ ଆଣ୍ଡ କ୍ଲାଇମେଟ ସାଇନ୍ସେସ, ଆର୍ଥ ଆଣ୍ଡ ପରିବେଶ ସାଇନ୍ସେସ, ଇକୋନୋମିକ ସାଇନ୍ସେସ, ଇଞ୍ଜିନିୟରିଂ ସାଇନ୍ସେସ, ଜିଓଲୋଜିକାଲ ସାଇନ୍ସେସ, ମାଥମେଟିକାଲ ସାଇନ୍ସେସ, ଫିଜିକାଲ ସାଇନ୍ସେସ ଆଦି ବିଭିନ୍ନ ପ୍ରକାର ବିଷୟର କୋର୍ସ ପ୍ରଦାନ କରାଯାଇଥାଏ ।