fbpx

ଅକ୍ଷୟ ତୃତୀୟାରେ ସୁନାରେ ନିବେଶ କରନ୍ତୁ: ଜାଣନ୍ତୁ କେଉଁଥିରୁ ମିଳିବ ଅଧିକ ରିଟର୍ଣ୍ଣ

ସୋଭେରିନ ଗୋଲ୍ଡ ବଣ୍ଡସ୍:

ଜୁଲାଇ ୧୨ରୁ ୧୬ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚତୁର୍ଥ ଏସଜିବି ଆରମ୍ଭ ହେଉଛି । ଏହି ସମୟରେ ଆପଣ ସୁନାର ମୂଲ୍ୟରେ ସୋଭେରିନ୍ ଗୋଲ୍ଡ ବଣ୍ଡସ୍ କ୍ରୟ କରି ପାରିବେ । ସର୍ବନିମ୍ନ ଏକ ଏସଜିଏସ୍(ଏକ ଗ୍ରାମ ସୁନା) କିଣି ଆପଣ ଏହି ବଣ୍ଡ ହାସଲ କରିପାରିବେ । ବଜାର ଦର ଅନୁସାରେ ଏହି ବଣ୍ଡର ଦର ନିର୍ଦ୍ଧାରିତ ହୋଇଥାଏ । ତେଣୁ ବର୍ତ୍ତମାନ ସମୟରେ ଏହି ବଣ୍ଡରେ ନିବେଶ କଲେ ନିବେଶକ ଲାଭବାନ ହୋଇପାରିବେ । ଏହି ସୋଭେରିନ୍ ଗୋଲ୍ଡ ବଣ୍ଡ ଦ୍ୱାରା ଆପଣଙ୍କୁ ବାର୍ଷିକ ୨.୫ ପ୍ରତିଶତର ସୁଧ ମଧ୍ୟ ମିଳିଥାଏ । ଏହା ହେଉଛି ସୁନାରେ ନିବେଶ କରିବାର ଏକମାତ୍ର ମାଧ୍ୟମ ଯେଉଁଥିରେ ଆପଣଙ୍କୁ ଆରବିଆଇର ସୁରକ୍ଷା ସହିତ ସୁଧ ମିଳିଥାଏ । ଏହା ସହିତ ଏହି କ୍ରୟ ଉପରେ ଆୟକର ମଧ୍ୟ ଛାଡ କରାଯାଇଥାଏ ।

ଗୋଲ୍ଡ ଇଟିଏଫ୍:

ସୁନାରେ ନିବେଶ କରିବା ପାଇଁ ଗୋଲ୍ଡ ଇଟିଏଫ୍ ଅନ୍ୟତମ ଆକର୍ଷଣୀୟ ଅବକାଶ । ନିୟମିତ ଟ୍ରେଡରେ ଅଧିକ ନିବେଶ କରୁଥିବା ନିବେଶକଙ୍କ ପାଇଁ ଏହା ସବୁଠାରୁ ବଢିଆ ମାଧ୍ୟମ । କମ୍ ମୂଲ୍ୟରେ ମଧ୍ୟ ଆପଣଙ୍କୁ ଏହି ନିବେଶ କରିବାର ସୁଯୋଗ ମିଳୁଥିବା ବେଳେ ଗୋଲ୍ଡ ଇଟିଏଫର ପୂର୍ବବର୍ତ୍ତୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖନ୍ତୁ । ଏହି ନିବେଶ ବିପକ୍ଷରେ ଆପଣଙ୍କୁ ବ୍ରୋକର ନିକଟରୁ କୋଲାଟେରାଲ୍ ଅର୍ଥରାଶି ମଧ୍ୟ ମିଳିଥାଏ । ତେବେ ଏଥିରେ ଆପଣଙ୍କୁ ସାମାନ୍ୟ ବ୍ରୋକୋରେଜ୍ ପ୍ରଦାନ କରିବାକୁ ପଡିଥାଏ । ଏକବର୍ଷରୁ ଅଧିକ ସମୟ ଧରି ଗୋଲ୍ଡ ଇଟିଏଫରେ ନିବେଶ କଲେ ଏହା ଟ୍ୟାକ୍ସରହିତ ହେବା ସହିତ ଫାଇଦା ପ୍ରଦାନ କରିଥାଏ ।
ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ୨୦୧୫ ନଭେମ୍ବରରୁ ସରକାର ଏହି ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.