କଟକ (ଭାସ୍କର ନ୍ୟୁଜ୍): ରେମୁଣା ବିଧାନସଭା ଆସନ ର୍ନିବାଚନ ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି । ହାଇକୋର୍ଟର ବିଚାରପତି ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ମଇ ୧୧ ତାରିଖରେ ଏହାର ଶୁଣାଣି ହେବ ବୋଲି ଆଦେଶ ଦେଇଛନ୍ତି । ରେମୁଣା ବିଧାନସଭା ଆସନରୁ ବିଜେପିର ପରାଜିତ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ହାଇକୋର୍ଟରେ ନିର୍ବାଚନୀ ମାମଲା ରୁଜୁ କରିଥିଲେ । ବିଜୟଲାଭ କରିଥିବା ବିଜେଡିର ସୁଧାଂଶୁ ଶେଖର ପରିଡାଙ୍କ ସତ୍ୟପାଠ ଅସଂପୂର୍ଣ୍ଣ ବୋଲି ଦର୍ଶାଇ ପରାଜିତ ଶ୍ରୀ ଦାସ ହାଇକୋର୍ଟରେ ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ପ୍ରାର୍ଥନା କରିଥିଲେ ।