fbpx

ବଦଳିଗଲା ଅଭିନେତାଙ୍କ ଭାଗ୍ୟ, Paatal Lok 2 ପାଇଁ ମିଳିବ ୫୦ ଗୁଣା ଅଧିକ ଫିସ୍

ମୁମ୍ବାଇ: ଆମାଜନ ପ୍ରାଇମ୍ ର ଚର୍ଚ୍ଚିତ ୱେବ୍ ସିରିଜ୍ “ପାତାଳ ଲୋକ’ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଜୟଦୀପ ଅହଲାୱତ ଏବେ ଚର୍ଚ୍ଚାରେ । ପାତାଳ ଲୋକ ପ୍ରଥମ ସିଜନରେ ଜବଦସ୍ତ ସଫଳତା ପରେ ପ୍ରଶଂସକ ଏହାର ଦ୍ୱତୀୟ ସିଜିନକୁ ଚାତକ ପରି ଚାହିଁ ରହିଛନ୍ତି । ଏହି ସିରିଜରେ ଜୟଦୀପଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏଥି ପାଇଁ ସିଜିନ୍ ୨ରେ ଜୟଦୀପଙ୍କ ଫିସ୍ ଯଥେଷ୍ଟ ବୃଦ୍ଧି ପାଇଛି ।

ସିରିଜର ଦ୍ୱିତୀୟ ସିଜିନ ପାଇଁ ଜୟଦୀପ ଅହଲାୱତ ୫୦ ଗୁଣା ଅଧିକ ଫିସ୍ ନେଇଛନ୍ତି । ଖବର ମୁତାବକ ଜୟଦୀପ ସିଜିନ ୨ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି । ପିଙ୍କଭିଲାର ଏକ ରିପୋର୍ଟ ମୁତାବକ ୱେବ୍ ସିରିଜ୍ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ “ପାତାଲ ଲୋକ’ ସିଜିନ୍-୧ରେ ହାତିରାମଙ୍କ ଭୂମିକା ପାଇଁ ଜୟଦୀପ ଅହଲାୱତଙ୍କୁ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା, କିନ୍ତୁ ସିଜିନ ୨ ପାଇଁ ତାଙ୍କୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରତ୍ୟେକ ସିଜିନରେ ଅଭିନେତାଙ୍କ ଦେୟ ବୃଦ୍ଧି ହେବା ସାଧାରଣ କଥା, କିନ୍ତୁ ଜୟଦୀପଙ୍କ କ୍ଷେତ୍ରରେ ଏହି ଜିନିଷଟି ବହୁତ ବଦଳି ଯାଇଛି। ଜୟଦେବ ଜଣେ ବୁହତ୍ ଭଲ ଅଭିନେତା । ତାଙ୍କର କାମ ପାଇଁ ଦିନେ ନା ଦିନେ ସେ ସଫଳତା ପାଇବେ ବୋଲି ସମସ୍ତଙ୍କର ଆଶା ଥିଲା । କିନ୍ତୁ ଏତେ ଶିଘ୍ର ସେ ଏହି ସଫଳତା ହାସଲ କରି ନେବେ ତାହା ସମସ୍ତଙ୍କୁ ଚକିତ କରିଛି ।

 

Get real time updates directly on you device, subscribe now.