ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଉଲକାପିଣ୍ଡ: ନାସାରୁ ଏଲନ ମସ୍କ ସମସ୍ତେ ଆଗାମୀ ବିପଦକୁ ନେଇ ଚିନ୍ତାରେ

ନୂଆଦିଲ୍ଲୀ: ଅନେକ ଥର ଉଲକାପିଣ୍ଡ ମଧ୍ୟରେ ଧକ୍କା ଫଳରେ ପ୍ରଳୟ ହେଉଥିବା ନେଇ ଖବର ସାମନାକୁ ଆସିଛି । ନାସା ଏବଂ ଅନ୍ୟ କିଛି ସ୍ପେସ ଏଜେନ୍ସି ନିରନ୍ତର ଆଷ୍ଟ୍ରଏଡ ଉପରେ ନଜର ରଖିଛନ୍ତି । କୋଟି କୋଟି ବର୍ଷ ତଳେ ଏମିତି ଏକ ପ୍ରଳୟ ଆସିଥିଲା ଯାହା ଦୁନିଆରୁ ଡାଇନୋସର ଜାତିକୁ ଲୋପ କରି ଦେଇଥିଲା । ତେଣୁ ଏବେ କୌଣସି ଉଲକାପିଣ୍ଡ ପୃତିବୀ ସହ ପିଟି ହୁଏ, ତେବେ ଏହା ମଣିଷ ଜାତି ପାଇଁ ମଧ୍ୟ ଏକ ବଡ ବିପଦ ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ ଚଳିତ ସପ୍ତାହରେ ଏକ ବିରାଟ ଉଲକାପିଣ୍ଡ ପୃଥିବୀକୁ ଖୁବ ନିକଟରେ ଅତିକ୍ରମ କରିବାକୁ ଯାଉଛି ।

୨,୭୫୬ ଫୁଟ ଚଉଡା ବିଶିଷ୍ଟ ଏହି ବିରାଟ ଉଲକାପିଣ୍ଡକୁ ପୃଥିବୀ ପାଇଁ ଏକ ବଡ ବିପଦ ତାଲିକାରେ ରଖିଛି ନାସା । ତେବେ ପୃଥିବୀଠାରୁ ଏହି ଉଲକାପିଣ୍ଡ ପ୍ରାୟ ୩.୫ ମିଲିୟନ ମିଲ ଦୂରରେ ରହିବ । ଏହାପରେ ବି ନାସା ଏହାକୁ ନେଇ ଭୟଭୀତ ହୋଇଛି । କାରଣ ସ୍ପେସ ଏଜେନ୍ସିର ରେକର୍ଡ ଅନୁସାରେ, କୌଣସି ଉଲକାପିଣ୍ଡ ୪.୬୫ ମିଲିୟନ ମିଲରୁ ନିକଟତର ହୋଇଥାଏ, ତେବେ ତାହାକୁ ପୃଥିବୀ ପାଇଁ ବିପଦ ବୋଲି ଗଣନା କରାଯାଏ । ତେବେ କେବଳ ନାସା ନୁହେଁ, ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ ଏହି ଉଲକାପିଣ୍ଡକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।

ପୃଥିବୀ ପାଇଁ ବିପଦ ସାଜିଥିବା ଏହି ଉଲକାପିଣ୍ଡରୁ ବଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛି ନାସା । ନିକଟରେ ଡିଏଆରଟି ନାମକ ଏକ ମିଶନ ଲଞ୍ଚ କରିଛି, ଯାହାଦ୍ୱାରା ପୃଥିବୀ ସହ ଉଲକାପିଣ୍ଡର ଧକ୍କା ହେବା ସମ୍ଭାବନା ସାମାନ୍ୟ କମ କରିପାରିବ । ଏହି ମାଧ୍ୟମରେ କାଇନେଟିକ ଏନର୍ଜି ଦ୍ୱାରା ସ୍ପେସରେ ହିଁ ଉଲକାପିଣ୍ଡର ଗତି ପରିବର୍ତ୍ତନ ହୋଇ ପାରିବ ।

Get real time updates directly on you device, subscribe now.