fbpx

ପ୍ରବଳ ଖରାରୁ ମୁକ୍ତି ଦେବ ପୁରୁଣା କୁଲର୍: ଆପଣାନ୍ତୁ ଏହି ୫ ଟ୍ରିକ

ନୂଆଦିଲ୍ଲୀ: ଖରା ଦିନ ପାଇଁ ଭାରତରେ ଅଧିକାଂଶ ଲୋକ କୁଲର୍ ର ବ୍ୟବହାର କରନ୍ତି । ଅନେକ ଲୋକ ଏପରି ରହିଛନ୍ତି ସେମାନଙ୍କ ଘରେ ପୁରୁଣା କୁଲର୍ ହିଁ ଚାଲିଛି । ତାକୁ ସଜାଡି ଲୋକମାନେ ବର୍ଷ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ଏହି କ୍ରମରେ କିଛି ଜଣ ଅଭିଯୋଗ କରନ୍ତି ଯେ, ବାରମ୍ବାର ରିପାୟାର୍ କରିବା ପରେ ବି କୁଲର୍ ଥଣ୍ଡା ପବନ ଦିଏ ନାହିଁ । ତେଣୁ ସେମାନେ ନୂଆ କଲର୍ ଆଣିବା ନେଇ ଚିନ୍ତା କରୁଛନ୍ତି । ହେଲେ କମ୍ ବଜେଟ୍ କାରଣରୁ ପୁରୁଣା କୁଲର୍ ହିଁ ଚଲାଇବାକୁ ପଡେ । ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଆମେ ଆପଣଙ୍କୁ ୫ଟି ଉପାୟ କହିବୁ ଯେଉଁଥିରେ ଆପଣଙ୍କ ପୁରୁଣା କୁଲର୍ ଏକଦମ୍ ଏସି ପରି ଥଣ୍ଡା ପବନ ଦେବ ।

ସିଧା ଖରା ଆଗରେ ରଖନ୍ତୁ ନାହିଁ:

ଲୋକମାନେ କୁଲର୍ ଆଣିବା ବେଳେ ଗୋଟିଏ ବଡ଼ ଭୁଲ୍ କରିଥାନ୍ତି । କୁଲର୍ କୁ ଅଧିକ ଖରା ପଟକୁ ରଖିଥାନ୍ତି । ଏହା ଫଳରେ ଥଣ୍ଡା ପବନ ମିଳିପାରିନଥାଏ । କୁଲର୍ କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ବେଶି ଖରା ପଡ଼ୁନଥିବ ।

ଖୋଲା ସ୍ଥାନରେ ରଖନ୍ତୁ କୁଲର୍ :

କୁଲର୍ ନୂଆ ହେଉକି ପୁରୁଣା , ତାକୁ ସବୁବେଳେ ଖୋଲା ଜାଗାରେ ରଖିବା ଦରକାର । ଖୋଲା ସ୍ଥାନରେ କୁଲର୍ ଭଲ ପବନ ଦେଇଥାଏ । ତେଣୁ କୁଲର୍ କୁ ଝରକା ନିକଟରେ ଫିକ୍ସ କରନ୍ତୁ । ଜାଲି ଥିବା ଘରକା ନିକଟରେ ରଖନ୍ତୁ କୁଲର୍ ।

ଭେଣ୍ଟିଲେସନ୍ ହେବା ଜରୁରୀ:

ଆପଣ କୁଲର୍ କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଭଲ ଭାବରେ ଭେଣ୍ଟିଲେସନ୍ ହେଉଥିବ । ନଚେତ୍ ଏହା ଉଷୁମ ପବନ ଦେବ । କୁଲର୍ କୁ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ଦରକାର ପଡ଼ିଥାଏ । କୁଲର୍ ଥଣ୍ଡା ପବନ ସେତେବେଳେ ଦେଇଥାଏ ଯେତେବେଳେ ପବନ ଘରୁ ବାହାରକୁ ବାହାରିଥାଏ ।

ଘାସ କୁ ବଦଳାନ୍ତୁ :

ଯଦି ଆପଣ ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି ତାହେଲେ ସେଥିରେ ଥିବା ଘାସକୁ ନିଶ୍ଚୟ ଭାବରେ ବଦଳାନ୍ତୁ । ସିଜନ୍ ରେ ଦୁଇ ଥର ଘାସ ବଦଳାଇବା ଦରକାର । ଘାସ ମଧ୍ୟରେ ଗ୍ୟାପ୍ ମଧ୍ୟ ରହିବା ଦରକାର । ଏହା ସହିତ କୁଲର୍ ରେ ପାଣିର ଫ୍ଲୋକୁ ମଧ୍ୟ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.