fbpx

କଥା ରଖିଲେ ଆପ୍ ସରକାର: ୫୦ ଦିନ ପୂରଣ ପରେ ପଞ୍ଜାବରେ ୨୬ ହଜାର ଚାକିରିର କଲେ ଘୋଷଣା

କଥା ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ଭଗୱନ୍ତ ମାନ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଭଗୱନ୍ତ ମାନ ରାଜ୍ୟରେ ୨୫ ହଜାର ଚାକିରିର ବିଜ୍ଞାପନ ଜାରି କରିଛନ୍ତି । ପଞ୍ଜାବରେ ଆମ ଆଦମୀ ପାର୍ଟୀର ୫୦ ଦିନ ପୂରଣ ହେବା ଅବସରରେ ଏହି ବିଜ୍ଞାପନ ଜାରି ହୋଇଛି ।

ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ୍ କରି କହିଛନ୍ତି ଯେ “ଆଜି ଆମ ସରକାରକୁ ୫୦ ଦିନ ହୋଇଛି । ଏହି ଅବସରରେ ପଞ୍ଜାବର ଯୁବକଙ୍କ ପାଇଁ ବଡ଼ ଖୁସିଖବର । ଆଜିଠାରୁ ପଞ୍ଜାବ ସରକାରରେ ୨୬,୪୫୪ ଚାକିରି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଆଗାମୀ ଦିନରେ ଆହୁରି ସରକାରୀ/ବେସରକାରୀ ଚାକିରିର ବ୍ୟବସ୍ଥା କରାଯିବ । ଆମେ ଯାହା କହୁ ତାହା କରିଦେଖାଉ, ଖାଲି ଘୋଷଣା କରୁନାହୁଁ ।’

ଏହା ପୂର୍ବରୁ ବୁଧବାର ଭଗୱନ୍ତ ମାନ ଆପ୍ ବିଧାୟକଙ୍କ ସହ ବୈଠକରେ ଜନତାଙ୍କ ସହ କଥା ହୋଇ ଜନତାଙ୍କ ଠାରୁ ବଜେଟ ୨୦୨୨-୨୩ ପାଇଁ ରାୟ ନେବାକୁ କହିଥିଲେ । ଏହି ବୈଠକରେ ଆପ୍ ର ପ୍ରାୟ ସବୁ ବିଧାୟକ ଏବଂ ମନ୍ତ୍ରୀ ସାମିଲ ଥିଲେ ।

ସୂଚନାଯୋଗ୍ୟ, ସୋମବାର ପଞ୍ଜାବ ସରକାର ଆର୍ଥିକ ବର୍ଷ ୨୦୨୨-୨୩  କୁ ଜନତାଙ୍କ ବଜେଟ୍ କହିବା ସହ କହିଥିଲେ ଯେ ବଜେଟ ପ୍ରସ୍ତୁତ କରିବା ସମୟରେ ଜନତାଙ୍କ ରାୟ ନିଆଯିବ । ଏଥିପାଇଁ ସରକାର ସମାଜର ସବୁ ବର୍ଗଙ୍କ ଠାରୁ ମତାମତ ପାଇଁ ପୋର୍ଟାଲ ଲଞ୍ଚ କରିଛନ୍ତି ।

Get real time updates directly on you device, subscribe now.