fbpx

ଏକପାଖିଆ ପ୍ରେମରେ ଯୁବତୀଙ୍କୁ ହତ୍ୟା କରିଥିବା ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

ସୁରଟ: ଏକତରଫା ପ୍ରେମ କରି ଯୁବତୀଙ୍କ ହତ୍ୟା କରିବା ପରେ ଅଭୀଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଭଳି ଖବର ଆସିଛି ସୁରଟରୁ । ଅଭିଯୁକ୍ତ ଯୁବକ ଜଣକ ୨୧ ବର୍ଷିୟ କଲେଜ ଛାତ୍ର ଗ୍ରିଷ୍ମାଙ୍କୁ ତାଙ୍କ ଘର ବାହାରେ ହତ୍ୟା କରି ଦେଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଦିଲ୍ଲୀ ନିର୍ଭୟା ଏବଂ ପାକିସ୍ତାନୀ ଅତଙ୍କବାଦୀ ଅଜମଲ କସବର ଉଦାହରଣ ଦେଇଥିଲେ । ସୁରଟ ଜିଲ୍ଲା କୋର୍ଟ ମୁଖ୍ୟ ଜଜ୍ କହିଥିଲେ ଯେ ସମାଜରେ ମହିଳାମାନଙ୍କ ବିରୋଧରେ ଏଭଳି ଲୋମହର୍ସଣକାରୀ କାଣ୍ଡ ରୋକିବା ଲାଗି ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଅବଶ୍ୟକ ।

କୋର୍ଟଙ୍କ ଏହି ରାୟକୁ ଯୁବତୀଙ୍କ ପିତାମାତା ଏବଂ ଗୁଜୁରାଟ ଗୃହମନ୍ତ୍ରୀ ସ୍ୱାଗତ କରିଛନ୍ତି । ପୋଲିସ ଏହି ଘଟଣାରେ ଗୋଟିଏ ସପ୍ତାହ ମଧ୍ୟରେ ୨,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ । ଏହି ଘଟଣାରେ ଅନେକ ଲୋକଙ୍କର ବୟାନ ରେକର୍ଡ କରାଯାଇଥିଲା । ଏପରିକି ୨୫ ଜଣଙ୍କ ଭିଡିଓ ରେକର୍ଡଂ ହୋଇଥିବା ପ୍ରମଣା ପୋଲିସ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲା ।

ଏହି ମାମଲାର ଶୁଣାଣି ୨୮ ଫେବୃଆରୀରୁ ଆରମ୍ଭ ହୋଇଥିଲା । ପୋଲିସ ଏହି ମାମଲରେ ପ୍ରାୟ ୧୦୫ ଜଣଙ୍କୁ ପଚରାଉଚରା କରିଥିଲା । ଗ୍ରିଷ୍ମା (୨୧) ଏବଂ ଗୋୟାନୀ ଗୋଟିଏ କଲେଜରେ ପଢୁଥିଲେ । ତେବେ ଗ୍ରୀଷ୍ମା ଗୋୟାନୀଙ୍କ ପ୍ରେମ ନିବେଦନରେ ବିରକ୍ତି ହୋଇ ମନା କରିଦେବାରୁ ଗୋୟାନୀ ତାଙ୍କ ଘର ଆଗରେ ଗ୍ରୀଷ୍ମାଙ୍କୁ ହତ୍ୟା କରିଥିଲେ ।

ଏହି ଘଟଣା ସମୟରେ ଗୋୟାନୀ ତାଙ୍କର ଭାଇ ଏବଂ ଦାଦାଙ୍କ ମଧ୍ୟ ଛୁରୀରେ ଆଘାତ କରିଥିଲେ । ଏବଂ ପରେ ସେହି ଛୁରୀରେ ନିଜକୁ ମଧ୍ୟ ଆଘାତ କରିଥିଲେ । ଏହା ପରେ ପୋଲିସ ତାକୁ ମେଡିକାଲରେ ଭର୍ତ୍ତି କରିଥିଲା ଏବଂ ସେ ୧୬ ଫେବୃଆରୀରେ ଡିସଚାର୍ଜ ହେବା ପରେ ତାକୁ ଗିରଫ କରିଥିଲା । ଗ୍ରୀଷ୍ମାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ଏକ ହଜାର ଲୋକେ ସାମିଲ ହୋଇଥିଲେ । ଏବଂ ତାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ । ଏହି ମାମଲାକୁ ବିରଳ ବୋଲି ବର୍ଣ୍ଣନା କରି ବିଚାରପତି ଗୋୟାନୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

Get real time updates directly on you device, subscribe now.