ରାୟଗଡ଼ାରେ ଅଘଟଣ: ହଷ୍ଟେଲ ଛାତରୁ ଖସିପଡ଼ି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ରାୟଗଡ଼(ଓଡ଼ିଶା ଭାସ୍କର): ରାୟଗଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ହଷ୍ଟେଳ ଛାତରୁ ଖସିପଡ଼ିବା ଯୋଗୁଁ ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି । ବିଷମକଟକ ଥାନା କପାପଦର ଆଶ୍ରମ ସ୍କୁଲ ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ମୃତ ଛାତ୍ରଙ୍କ ଘର କଣ୍ଟିଖାଲ ଗାଁରେ ହୋଇଥିବା ଜଣାପଡିଛି । ସେ ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ । କେଉଁ ପରିସ୍ଥିତିରେ ଛାତ୍ର ଜଣକ ଛାତରୁ ଖସିଲେ, ସେନେଇ କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.