fbpx

କେଶ ପାଇଁ ଲାଭଦାୟକ ଚିନି, ଜାଣନ୍ତୁ କିପରି କରିବେ ବ୍ୟବହାର

ସୁନ୍ଦର ଘନ ଓ ଲମ୍ବା କେଶ ସବୁ ମହିଳାଙ୍କର ସ୍ୱପ୍ନ ହୋଇଥାଏ ।ଏହା ତାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇଥାଏ । ଲମ୍ବା ଓ ଘନ କେଶ ପାଇଁ ମାର୍କେଟରେ ଅନେକ ପ୍ରକାରର ପ୍ରଡକ୍ଟ ମିଳିଥାଏ । କିନ୍ତୁ ଆମ ରୋଷେଇ ଘରେ ବି କିଛି ଜିନିଷ ରହିଛି, ଯାହା ସାହାର୍ଯ୍ୟରେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ଜାଣନ୍ତି କି, କେଶ ପାଇଁ ଚିନି କେତେ ଉପକାରୀ? ଅବଶ୍ୟ ଅଧିକାଂଶ ଲୋକ ଓଜନ ବଢ଼ିବା କାରଣରୁ ଖାଦ୍ୟରୁ ଚିନିକୁ ବାଦ୍ ଦେଇଥାନ୍ତି । କିନ୍ତୁ କେଶ ପାଇଁ ଚିନି ଖୁବ୍ ଉପକାରୀ ।

ଶାମ୍ପୂ କରିବା ସମୟରେ ସେଥିରେ ଗୋଟିଏ ଚାମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍ କରିବା ସହିତ ଝଡ଼ିବା ବନ୍ଦ ହୋଇଯାଏ । ଚିନି କେଶରେ ଏକ କଣ୍ଡିସନର ପରି କାମ କରିଥାଏ ।

ତେବେ ଆସନ୍ତୁ ଏହାକୁ କିପରି ବ୍ୟବହାର କରିବେ:-

ପ୍ରଥମେ କେଶକୁ ଓଦା କରିଦିଅନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୂ ଏବଂ ଏଥିରେ ଗୋଟିଏ ଚାମଚ ଚିନିକୁ ମିଶାନ୍ତୁ ।

ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କରନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ ।

ଯଦି ଆପଣ କେଶ ବଢ଼ିବାକୁ ନେଇ ଚିନ୍ତା ରହିଛନ୍ତି ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୂର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ । ପୁରୁଷମାନେ ମଧ୍ୟ ଏହି ଉପାୟକୁ ଆପଣାଇପାରିବେ ।

ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୂ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ । ଏହାଦ୍ୱାରା କେଶରେ ପ୍ରାକୃତିକ ଭାବରେ କୋମଳ ହୋଇଥାଏ । ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗାନ୍ତୁ ।

ଶୀତଦିନ କେଶରେ ରୂପି ସମସ୍ୟା ରହିଥାଏ । ଏହାକୁ ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୂରେ ଚିନି ମିଶାଇ ଲଗାନ୍ତୁ । ରୂପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.