ମନ ଜିଣି ନେଲେ ଏହି ପାକିସ୍ତାନୀ ଜୋକର: ସୁରିଲା କଣ୍ଠରେ ସମସ୍ତଙ୍କୁ କଲେ ଘାଇଲା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲିର ଏ ସୋଶିଆଲ ମିଡିଆ ପାଇଁ ଅନେକ ଲଗକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସି ପାରୁଛି । ଠିକ ସେମିତି ଜଣେ ପ୍ରତିଭାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ହେଉଛି ପଡୋଶୀ ରାଷ୍ଟ୍ର ପାକିସ୍ତାନର । ଏଠାକାର ରାସ୍ତାରେ ଜଣେ ଯୁବକ ଜୋକର ବେଶରେ ବୁଲି ବୁଲି ପିଲାମାନଙ୍କ ମନୋରଞ୍ଜନ କରିବା ସହ ବେଶ ସୁନ୍ଦର ଗୀତ ମଧ୍ୟ ଗାଇ ପାରନ୍ତି ।

ପାକିସ୍ତାନର ଜଣେ ୟୁଟ୍ୟୁବରଙ୍କ ସହ କଥା ହେବା ସମୟରେ ସେ ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଅଗ୍ନିପଥର ଏକ ଗୀତ ଗାଇଛନ୍ତି । ସୋନୁ ନିଗମଙ୍କର ଏହି ଗୀତ ଗାଇ ସୁରିଲା କଣ୍ଠର ଯାଦୁରେ ସମସ୍ତଙ୍କୁ ମତୁଆଲା କରି ଦେଇଛନ୍ତି ପାକିସ୍ତାନ କରାଚୀର ଏହି ଯୁବକ ଜଣକ । ୟୁଟ୍ୟୁବର ଯେବେ ତାଙ୍କୁ କଣ କରୁଛନ୍ତି ବୋଲି ପଚାରିଥିଲେ, ସେ କହିଥିଲେ ଯେ ପିଲାମାନଙ୍କୁ ଜୋକର ହୋଇ ହସାଉଥିବା କହିଛନ୍ତି । ତେବେ ଏହାବ୍ୟତୀତ ସେ ଗୀତ ମଧ୍ୟ ଗାଆନ୍ତି । ଏହି କଥାରୁ ୟୁଟ୍ୟୁବର ତାଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ ।

 

View this post on Instagram

 

A post shared by @notmanoj

ତେବେ ପାକିସ୍ତାନୀ ଯୁବକ ଜଣକ ୩ଟି ଗୀତ ଗାଇଛନ୍ତି । ପ୍ରଥମେ ସୋନୁ ନିଗମଙ୍କର ଅଗ୍ନିପଥ ଫିଲ୍ମର ‘ଅଭି ମୁଝମେ କହିଁ’ ଗୀତ ଗାଇଥଲେ । ଏହାପରେ “ୱୋ ଖାମୋସିୟାଁ’ ଏବଂ ଶେଷରେ ସେ ରାହତ ଫତେହ ଅଲୀ ଖାନଭ୍କ “ଜରୁରୀ ଥା’ ଗୀତ ଗାଇଛନ୍ତି । ତେବେ ତାଙ୍କ ଗୀତ ଗାଇବାର ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାତ୍ର କିଛି ସମୟ ମଧ୍ୟରେ ସେ ଏବେ ଜଣେ ଷ୍ଟାର ପାଲଟିଯାଇଛନ୍ତି ।